ରାସ୍ତାରେ ଉଲଗ୍ନ ଅବସ୍ଥାରେ ବୁଲୁଥିଲେ ଯୁବତୀ, ଗିରଫ କଲା ପୋଲିସ

କୋଲକାତା ରାସ୍ତାରେ ଘଟିଥିବା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ହଠାତ କୋଲକାତାର ବ୍ୟସ୍ତବହୁଳ ରାସ୍ତାରେ ଜଣେ ଯୁବତୀ ବିନା କୌଣସି ଡ୍ରେସ ପିନ୍ଧି ରାସ୍ତା ଉପରେ ବୁଲୁଥିବାର ଏପଟ ସେପଟ ହୋଇ ବୁଲୁଥିବାର ନଜର ଆସିଥିଲେ । ଏହା ଦେଖି ସ୍ଥାନୀୟ ପୋଲିସ ଯୁବତୀ ଜଣଙ୍କୁ ଗିରଫ କରି ନେଇଥିବା ଜଣାଯାଇଛି । ପରେ ପୋଲିସ ଦ୍ୱାରା କରାଯାଇଥିବା ତଦନ୍ତରୁ ଜଣାପଡିଥିଲାକି ଯୁବତୀ ଜଣଙ୍କ ନିଶାସକ୍ତ ଅବସ୍ଥାରେ ହୋସ ହରାଇ ହିଁ ଏମିତି ଏକ ପାଗଳାମୀ କରିଛନ୍ତି । ସୂତ୍ର ଅନୁଯାୟୀ, କୋଲକାତାର ପନ୍ନାପୁକୁର ଅଞ୍ଚଳରେ ବାସ କରୁଥିବା ଯୁବତୀ ଜଣଙ୍କ ମଙ୍ଗଳବାର ରାତି ସମୟରେ ରାସ୍ତା ଉପରେ ଉଲଗ୍ନ ଅବସ୍ଥାରେ ବୁଲୁଥିବାର ଧରା ପଡ଼ିଥିଲେ । ଏହି ସମୟରେ ସେ ଖୁବ ନିଶାରେ ଥିବା ଜଣାଯାଇଥିଲା । ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା ଉପରେ ବୁଲି ଧରାପଡ଼ିବାର କିଛି ସମୟ ଆଗରୁ ହିଁ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଥିଲେ ।

ଏହି ସମୟରେ ହିଁ ସେ ପ୍ରଚୁର ମଦ୍ୟପାନ କରିଥିବାର ଅନୁମାନ କରାଯାଉଛି । ହୋସ ନଥିବାରୁ ବିନା କୌଣସି ଡ୍ରେସରେ ବିଳମ୍ବିତ ରାତିରେ ରାସ୍ତା ଉପର ଟ୍ରାଫିକ ଛକରେ ଛିଡା ହୋଇ ଗାଡି ମାନଙ୍କ ସମ୍ମୁଖକୁ ଆସି ଅଟକାଇବାକୁ ଚେଷ୍ଟା କରୁଥିଲେ । କୋଲକାତା ପୋଲିସ କର୍ମୀ ମାନେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏହି ଯୁବତୀ ଜଣଙ୍କୁ ଠାବ କରିଥିଲେ । ପରେ ଏକ ପୋଲିସ ଭ୍ୟାନ ଆସି ଯୁବତୀ ଜଣଙ୍କୁ ନିଜ କଷ୍ଟଡିରେ ନେଇଥିଲେ । କହିରଖିବା ଉଚିତ ହେବକି, ଯୁବତୀ ଜଣଙ୍କ ନିଜ ପିତାମାତାଙ୍କ ସହ ସହରର ମୁଖ୍ୟ ଭାଗରୁ ୫ କିଲୋମିଟର ଦୂରରେ ରହୁଛନ୍ତି । ଯୁବତୀ ଜଣଙ୍କ ଗିରଫ ହେବା ଜାଣି ପରିବାର ଲୋକ ପୋଲିସ ଷ୍ଟେସନରେ ପହଂଚି ତାଙ୍କୁ ଖଲାସ କରି ଆଣିବାକୁ ଚେଷ୍ଟା ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.