ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି : ସମୀର ଦାସ

ଭୁବନେଶ୍ବର : ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ମିଳିଛି ସୂଚନା । ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା ଜୁଲାଇରୁ ହେବାର ଥିଲା ।

କିନ୍ତୁ ବର୍ତ୍ତମାନର ପରିସ୍ଥିତି ଦେଖି ସିଏମଓକୁ ମତାମତ ପାଇଁ ପଠାଇଥିବା କହିଛନ୍ତି ମନ୍ତ୍ରୀ । ଏହାସହ ପରୀକ୍ଷା ପାଇଁ କିଛି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି । ତେବେ ୬୦ ଲକ୍ଷରୁ ୨୨ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଥିବା ସହିତ କଣ ପାଠ୍ୟକ୍ରମ ରହିବ କମିଟି ତଦାରଖ କରିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.