ଦୁବାଇରେ ବିମାନ ବାତିଲ୍ ପ୍ରକ୍ରିୟା ଜାରି: ବନ୍ଦ ରହିଛି ୨୮ ଭାରତୀୟ ବିମାନ ସେବା, ଅପେକ୍ଷାରେ ଯାତ୍ରୀ

ଦୁବାଇ ବିମାନବନ୍ଦର ଭିଡିଓ ଖୁବ୍ ବେଗରେ ଭାଇରାଲ୍ ହେଉଛି । ଯାହା ସମସ୍ତଙ୍କୁ ଚକିତ କରିଛି । ତେବେ ବିମାନ ବାତିଲ୍ ପ୍ରକ୍ରିୟା ଏବେ ବି ଜାରି ରହିଛି । ଏନେଇ ଦୁବାଇ ବିମାନବନ୍ଦର ପକ୍ଷରୁ କୁହାଯାଇଛି, ବିମାନଗୁଡ଼ିକର ବିଳମ୍ବ ଏବଂ ବାତିଲ୍ ପ୍ରକ୍ରିୟା ଜାରି ରଖାଯାଇଛି । ପରିସ୍ଥିତି ସୁଧୁରିଲେ ଯଥାଶୀଘ୍ର ପୂର୍ବ ଅବସ୍ଥା ଫେରିବ । ଯେଉଁଥି ପାଇଁ କଠିନ ପରିଶ୍ରମ କରାଯାଉଛି ।

ଦୁବାଇ: ଦୁବାଇରେ ମୂଷଳଧାରାରେ ବର୍ଷା ସବୁକିଛି ଛିନଭିନ୍ କରିଦେଇଛି । ରାସ୍ତାରେ ପାଣିର ପ୍ରବଳ ସୁଅ ଛୁଟୁଛି । ବୁଡ଼ିଯାଇଛି ମେଟ୍ରୋ ଷ୍ଟେସନ୍ । କେଉଁଠି ମଲରେ ବନ୍ୟା ପାଣି ପଶିଛି ତ କେଉଁଠି ଜନବସତି ଜଳାର୍ଣ୍ଣବ । ଲୋକଙ୍କ ଘରେ ବି ପଶିଛି ବନ୍ୟା ପାଣି । ଯାହାଫଳରେ ଦୁବାଇରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି ।

ସରକାରୀ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି । ଏପଟେ ସକାଳୁ ସକାଳୁ ଦୁବାଇ ବିମାନବନ୍ଦର ଭିଡିଓ ଖୁବ୍ ବେଗରେ ଭାଇରାଲ୍ ହୋଇଥିଲା । ଯାହା ସମସ୍ତଙ୍କୁ ଚକିତ କରିଥିଲା । ତେବେ ବିମାନ ବାତିଲ୍ ପ୍ରକ୍ରିୟା ଏବେ ବି ଜାରି ରହିଛି । ଏନେଇ ଦୁବାଇ ବିମାନବନ୍ଦର ପକ୍ଷରୁ କୁହାଯାଇଛି, ବିମାନଗୁଡ଼ିକର ବିଳମ୍ବ ଏବଂ ବାତିଲ୍ ପ୍ରକ୍ରିୟା ଜାରି ରଖାଯାଇଛି । ପରିସ୍ଥିତି ସୁଧୁରିଲେ ଯଥାଶୀଘ୍ର ପୂର୍ବ ଅବସ୍ଥା ଫେରିବ । ଯେଉଁଥି ପାଇଁ କଠିନ ପରିଶ୍ରମ କରାଯାଉଛି । ଏପଟେ ଅପେକ୍ଷାରେ ଯାତ୍ରୀ । କେତେବେଳେ ପରିସ୍ଥିତି ସୁଧୁରିବ ଏବଂ ସେମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଫେରିବେ ।

ତେବେ ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁବାଇ ଅଭିମୁଖେ ଯାଉଥିବା ପ୍ରାୟ ୧୫ ଟି ବିମାନକୁ ବାତିଲ କରିଥିବାବେଳେ ଭାରତକୁ ଆସିବାକୁ ଥିବା ୧୩ଟି ବିମାନ ବାତିଲ କରାଯାଇଛି । ଖରାପ ପାଗ ଯୋଗୁଁ ଯାତ୍ରୀମାନଙ୍କ ପାଇଁ ବିମାନ ସେବା ବନ୍ଦ କରାଯାଇଛି । ନିର୍ଦ୍ଧାରିତ ସମୟ ଅନୁସାରେ ବିମାନ ପୁଣି ଥ‌ରେ ଚାଲୁ କରିବା ପାଇଁ ଏବଂ ପ୍ରଭାବିତ ଯାତ୍ରୀଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ବିମାନବନ୍ଦର ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.