Below header

କଥା କହିପାରନ୍ତିନି ବ୍ୟକ୍ତି କିନ୍ତୁ ସ୍ମାର୍ଟଫୋନରେ ଏମିତି କଥା ହେଉଛନ୍ତି ଯାହାକୁ ଦେଖିଲେ ତରଳିଯିବ ହୃଦୟ

ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି। ସେ ଟ୍ଵିଟରରେ ଏମିତି କିଛି ଟ୍ଵିଟ୍‌ କରନ୍ତି ଯାହା ମୁହୂର୍ତ୍ତକ ମଧ୍ୟରେ ଭାଇରାଲ ହୋଇଯାଏ। ଏଥର ସେ ଏକ ହ୍ରୁଦୟକୁ ଛୁଈଁ ନେବା ଭଳି ଭିଡିଓ ସେୟାର କରିଛନ୍ତି, ଯାହା ବହୁତ ଭାଇରାଲ ହେଉଛି। ସେ ଜଣେ ମୂକ ବ୍ୟକ୍ତିଙ୍କ ଭିଡିଓ ପୋଷ୍ଟ କରିଛନ୍ତି। ସେ ଭିଡିଓ ଚାଟରେ ଏମିତି ଇସାରା କରି କଥା ହେଉଛନ୍ତି ଯେ ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଭିଡିଓ ଦେଖିଲେ ଜାଣିପାରିବେ ଯେ ମୋବାଇଲ ଆମ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

man callଭିଡିଓରେ ଜଣେ ବ୍ୟକ୍ତି ମିଠା ଦୋକାନ ଆଗରେ ବସି ମୋବାଇଲରେ ଭିଡିଓ ଚାଟ କରି ଇସାରାରେ କଥା ହେଉଛନ୍ତି। ଭିଡିଓଟିକୁ ସେୟାର କରି ଆଦନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ଆମେ ସବୁବେଳେ ମୋବାଇଲକୁ ନେଇ ଆଲୋଚନା କରନ୍ତି ଏବଂ କୁହନ୍ତି ଯେ ଏହା ଆମ ଜୀବନକୁ କବ୍ଜା କରିସାରିଲାଣି। କିନ୍ତୁ ଆମକୁ ବୁଝିବା ଦରକାର ଯେ ଏହି ଉକରଣ ଅନେକ ଲୋକଙ୍କ ପାଇଁ ସଞ୍ଚାରର ଏକ ଦୁନିଆ ଖୋଲି ଦେଇଛି।

ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ସେୟାର କରିବା ପରେ ୩ ହଜାରରୁ ଅଧିକ ଲାଇକ ଏବଂ ୭୦୦ରୁ ଅଧିକ ରିଟ୍ଵିଟ୍‌ କରିସାାରିଲେଣି। ଭିଡିଓକୁ ଦେଖି ଜଣେ ୟୁଜର ଲେଖିଛନ୍ତି ଦେଶ ଯେତେ ଆଗକୁ ବଢ଼ୁଛି ସେତେ ନୂଆ ଟେକ୍ନୋଲୋଜି ମଧ୍ୟ ଆସୁଛି। ଦୁନିଆକୁ ବହୁତ କିଛି ନୂଆ କରି ଦେଖିବାର ଉପାୟ ଅଛି ବାସ୍‌ କେବଳ ଉପାୟକ ଜାଣିବା ଦରକାର ଏବଂ ଏହାର ଭରପୂର ଫାଇଦା ଉଠାଇବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.