ତାଇଓ୍ଵାନରେ ଶକ୍ତିଶାଳୀ ଭୂମିକମ୍ପ: ୨୪ ଘଣ୍ଟାରେ ଦ୍ୱିତୀୟ ଥର ଦୋହଲିଲା ତାଇଓ୍ଵାନ, ଦେଖନ୍ତୁ ଛାତି ଥରା ଭିଡିଓ

ଚୀନର ତାଇଓ୍ଵାନରେ ଶନିବାର ପରେ ରବିବାର ମଧ୍ୟ ଭୂମିକମ୍ପ ଝଟକା । ରବିବାର ଦିନ ୭.୨ ତ୍ରୀବତାର ଭୂମିକମ୍ପ ହୋଇଛି। ଶନିବାର ପରେ ରବିବାର ଦ୍ୱିତୀୟ ଥର ଝଟକା ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଏହା ଚୀନରେ ଦ୍ୱିତୀୟ ଭୂମିକମ୍ପ। ଏହାପୂର୍ବରୁ ଶନିବାର ଦିନ ତାଇଓ୍ଵାନରେ ୬.୪ ତ୍ରୀବତାର ଭୂମିକମ୍ପ ହୋଇଥିଲା।

ତେବେ ପୁଣି ରବିବାର ଦ୍ୱିପ୍ରହରରେ ପୁଣିଥରେ ଝଟକା ଲାଗିଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଏହି ଭୂମିକମ୍ପର ତୀବ୍ରତା ୭.୨ ରହିଥିଲା। ଲଗାତାର ଦୁଇଥର ଭୂମିକମ୍ପ ହେବା ଦ୍ୱାରା ଲୋକଙ୍କୁ ସୁନାମୀ ଭୟ ଲାଗିରହିଛି। ଏହି ଭୂମିକମ୍ପରେ ରାସ୍ତାଘାଟ ଭାଙ୍ଗିପଡିଥିବା ବେଳେ କେତେକ ସ୍ଥାନରେ ଘର ପଶିଯାଇଛି।

ସୂଚନାଯୋଗ୍ୟ, ଶନିବାର ରାତିରେ ତାଇଓ୍ଵାନର ପୂର୍ବ ତଟୀୟ ଅଞ୍ଚଳରେ ୬.୬ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏହି ଭୂମିକମ୍ପରେ ବେଶି କିଛି କ୍ଷତି ହୋଇନଥିଲା। ଶନିବାର ରାତି ୯.୩୦ ସମୟରେ ଟେଟୁଙ୍ଗର ଉତ୍ତର ତଟୀୟ ସହରର ପାଖାପାଖି ୫୦ କିମି ଦୂରରେ ଏହା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ୧୦ କିମି ପର୍ଯ୍ୟନ୍ତ ରହିଥିଲା। ଭୂମିକମ୍ପ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା।

ଭୂମିକମ୍ପ ବିଷୟରେ ସୂଚନା ପାଇବା ମାତ୍ରେ ଟିମ୍ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଯାଇଥିଲେ। ତାଇୱାନ ପାଇଁ ଭୂମିକମ୍ପ ନୂଆ କଥା ନୁହେଁ। ଏଠାରେ ପ୍ରାୟ ସମୟ ଭୂମିକମ୍ପ ହୋଇଥାଏ । ଲଗାତାର ଦୁଇଟି ଦୁଇଟି ଭୂମିକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଭୂମିକମ୍ପର ଉତ୍ପତି ସ୍ଥଳ ସମୁଦ୍ରରେ ଥିବା ଯୋଗୁ ସୁନାମୀ ଭୟ ମଧ୍ୟ ରହିଛି। ତେବେ ସୁନାମୀ ପାଇଁ ଏପର୍ଯ୍ୟନ୍ତ ସତର୍କତା ଜାରି ହୋଇ ନାହିଁ।

ଭୂମିକମ୍ପ ଯୋଗୁଁ ତାଇଓ୍ଵାନରେ କ୍ଷତି କମ୍‌ ହୋଇଥାଏ। ଛୋଟ ମୋଟ କ୍ଷତି ହୋଇଥାଏ। ଏଠାରେ ସବୁବେଳେ ଭୂମିକମ୍ପ ଝଟକା ଲାଗିଥାଏ।


Also Read : ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ନେଇ ଜାପାନରେ ହାଇଆଲର୍ଟ, ଆସନ୍ତାକାଲି ଲ୍ୟାଣ୍ଡଫଲ କରିବ ସୁପର ଟାଇଫୁନ ନାନ୍‌ମାଡୋଲ