ପୁଣି ଥରିଲା ପୃଥିବୀ, ବଙ୍ଗୋପସାଗରରେ ଭୂକମ୍ପ ଝଟକା

ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ । ଏହି ଭୂକମ୍ପ ସକାଳ ୫.୩୨ ରେ ହୋଇଥିବା ସୂଚନା ମିଳିଛି । ଏହାର ତୀବ୍ରତା ୪.୨ ରହିଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ବଙ୍ଗୋପସାଗରର ଖାଡିରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଥିଲା ।

ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ । ଏହି ଭୂକମ୍ପ ସକାଳ ୫.୩୨ ରେ ହୋଇଥିବା ସୂଚନା ମିଳିଛି । ଏହାର ତୀବ୍ରତା ୪.୨ ରହିଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ବଙ୍ଗୋପସାଗରର ଖାଡିରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଥିଲା । ଏହି ଭୂକମ୍ପରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ ।

ଗତକାଲି ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଦିଲ୍ଲୀ-ଏନସିଆର ବ୍ୟତୀତ ୟୁପି, ବିହାର, ଉତ୍ତରାଖଣ୍ଡ, ହରିୟାଣା ଭଳି ରାଜ୍ୟରେ ମଧ୍ୟ ଭୂକମ୍ପ ଝଟକା ଲାଗିଥିଲା।

ତେବେ ନେପାଳର ପଶ୍ଚିମ ଭାଗରେ ଜାଜରକୋଟ ଏବଂ ଏହାର ଆଖପାଖ ଅଞ୍ଚଳରେ ୫. ୬ ତୀବ୍ରତା ଏକ ଭୂକମ୍ପ ଘଟିଥିଲା । ଆଉ ଏଥିପାଇଁ ଉତ୍ତର ଭାରତରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ଗତ ଶୁକ୍ରବାର ରାତିରେ ଏଠାରେ ଭୂକମ୍ପ ଝଟକା ଲାଗିଥିଲା, ଯେଉଁଥିରେ ୧୫୩ ଜଣ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.