ଚୀନରେ ବଡ଼ ଧରଣର ଭୂକମ୍ପ: ୧୧୬ ମୃତ, ୪୦୦ରୁ ଅଧିକ ଗୁରୁତର ଆହତ

ଚୀନ ଦୋହଲିଗଲା ଶକ୍ତିଶାଳୀ ଭୂକମ୍ପରେ। ରିକ୍ଟର ସ୍କେଲରେ ତୀବ୍ରତା ୬.୨ ଥିବା ରେକର୍ଡ ହୋଇଛି। ଫଳରେ ଏବେ ସୁଦ୍ଧା ୧୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି।

ନୂଆଦିଲ୍ଲୀ : ଚୀନ ଦୋହଲିଗଲା ଶକ୍ତିଶାଳୀ ଭୂକମ୍ପରେ। ରିକ୍ଟର ସ୍କେଲରେ ତୀବ୍ରତା ୬.୨ ଥିବା ରେକର୍ଡ ହୋଇଛି। ଫଳରେ ଏବେ ସୁଦ୍ଧା ୧୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ଚୀନ୍ ଉତ୍ତର-ପଶ୍ଚିମ ଅଞ୍ଚଳର ଗାନସୁରେ ଭୂକମ୍ପ ହୋଇଛି । ୧୦ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଅନେକ କୋଠା ଭୁଶୁଡି ପଡ଼ିଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଫସିରହିଛନ୍ତି ଶହଶହ ଲୋକ। ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି। ଚୀନର ଏହି ଅଞ୍ଚଳ ଭୂକମ୍ପ ପ୍ରବଣ । ପୂର୍ବରୁ ୨୦୧୦ରେ ୟୁସୁ ଠାରେ ଘଟିଥିବା ଭୂକମ୍ପରେ ୨ ହଜାର ୬୯୮ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ୨୦୦୮ରେ ସିଚୁଆନରେ ୮.୦୦ ତୀବ୍ରତାର ଭୂକମ୍ପରେ ୭୦ ହଜାର ଲୋକ ପ୍ରାଣ ହରାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.