Below header

ଗହଳି ମାର୍କେଟରୁ ନାବାଳିକାକୁ ଅପହରଣ ଘଟଣା: ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ

ଗତକାଲି ଟିଉସନ ସାରି ଘରକୁ ଫେରିବା ବେଳେ ଘର ସମ୍ମୁଖରୁ ଜେଜେମାଙ୍କୁ ଧକ୍କା ଦେଇ ନାତୁଣୀଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି। ଅପହୃତା ଜଣକ ସହରର ଜଣାଶୁଣା କପଡା ବ୍ୟବସାୟୀ ଭାଇ ଭାଇ ଲୁଗା ଦୋକାନ ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷର ଝିଅ ପିହୁ ଅଗ୍ରୱାଲ।

ଦେବଗଡ଼ (କେନ୍ୟୁଜ): ଗହଳି ମାର୍କେଟରୁ ନାବାଳିକାକୁ ଅପହରଣ। ଦେବଗଡ଼ ମୁଖ୍ୟ ବଜାରରୁ ୬ ବର୍ଷର କୁନି ଝିଅକୁ ଉଠାଇ ନେଇଛନ୍ତି ଦୁଇ ଦୁର୍ବୃତ୍ତ । ପଲସରରେ ଆସି ଜେଜେମା କୋଳରୁ ୬ ବର୍ଷିୟା ନାତୁଣୀକୁ ଅପହରଣ କରିନେଇଛନ୍ତି ।

ଗତକାଲି ଟିଉସନ ସାରି ଘରକୁ ଫେରିବା ବେଳେ ଘର ସମ୍ମୁଖରୁ ଜେଜେମାଙ୍କୁ ଧକ୍କା ଦେଇ ନାତୁଣୀଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି। ଅପହୃତା ଜଣକ ସହରର ଜଣାଶୁଣା କପଡା ବ୍ୟବସାୟୀ ଭାଇ ଭାଇ ଲୁଗା ଦୋକାନ ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷର ଝିଅ ପିହୁ ଅଗ୍ରୱାଲ। ଅପହୃତା କୁନିଝିଅ ପରିବାର ଦେବଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଦେବଗଡ଼ ଏସପିଙ୍କ ନିର୍ଦ୍ଦେଶରେ ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ରାଞ୍ଚି -ବିଜୟୱାଡା ରାସ୍ତାରେ ଅପହରଣକାରୀ ଫେରାର ହୋଇଥିବା ଅଭିଯୋଗ କରିଛନ୍ତି ପ୍ରତକ୍ଷ୍ୟଦର୍ଶୀ l ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ। ସମସ୍ତ ରାସ୍ତାକୁ ସିଲ କରିଥିବା ତନ୍ନତନ୍ନ ଯାଞ୍ଚ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.