Below header

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଂପର୍କରେ ଖୋଳତାଡ଼, ଆଜିଠୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଟିଏଫ

ଖୋଲିବ ଯାଜପୁରରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇସାନ ବୁଖାରୀର ଟେରର ଲିଙ୍କ୍ । ଆଜିଠୁ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଟିଏଫ। ବୁଖାରୀକୁ ମାରାଥନ ଜେରା କରି ତଥ୍ୟ ଓଗାରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ଏସଟିଏଫ।

ଯାଜପୁର (କେନ୍ୟୁଜ): ଖୋଲିବ ଯାଜପୁରରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇସାନ ବୁଖାରୀର ଟେରର ଲିଙ୍କ୍ । ଆଜିଠୁ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଟିଏଫ। ବୁଖାରୀକୁ ମାରାଥନ ଜେରା କରି ତଥ୍ୟ ଓଗାରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ଏସଟିଏଫ। ଚଣ୍ଡିଖୋଲ ଜେଏମଏଫସି କୋର୍ଟ ୫ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି। ରିମାଣ୍ଡ ବେଳେ ପାକିସ୍ତାନୀ ଲିଙ୍କ ଓ ଟେରର ଫଣ୍ଡିଂର ବି ଖୋଲିବ ଗୁମର।

STFର ଟେକ୍ନିକାଲ, ଇଣ୍ଟେଲିଜେନ୍ସି ସମେତ ୩ଟି ଟିମ୍ ତାକୁ ମାରାଥନ ଜେରା କରିବ। ସେ କେମିତି ଓ କେବେଠାରୁ ଆତଙ୍କୀ ଲିଙ୍କରେ ଆସିଥିଲା? କେବଳ ପାକିସ୍ତାନ ଓ କେରଳର ସନ୍ଦିଗ୍ଧଙ୍କ ସହ ସମ୍ପର୍କରେ ଥିଲା ନା ଅନ୍ୟ ଆତଙ୍କୀ ଓ ଆଇଏସଆଇ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା? ସେ କେଉଁ ସମୟରେ କେଉଁଠି ରହୁଥିଲା? ଏ ସମସ୍ତ ଦିଗକୁ ନେଇ ଖୋଳତାଡ କରିବ ୩ଟି ଟିମ୍। କ୍ରାଇମବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ IB ଓ NIA ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଭର୍ଚୁଆଲ ମୋଡରେ ହୋଇଥିବା ବୈଠକରେ IB, NIA, କାଶ୍ମୀର ଓ ପଞ୍ଜାବ ପୋଲିସ ସହ ବୁଖାରୀ ସଂପର୍କିତ ତଥ୍ୟ ଆଦାନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ବୁଖାରୀର CDR, ଚାଟ୍, ଡକ୍ୟୁମେଣ୍ଟକୁ କରାଯାଉଛି ବିଶ୍ଳେଷଣ। ବ୍ୟାଙ୍କ୍ ଆକାଉଣ୍ଟ, ଆର୍ଥିକ କାରବାରର ମଧ୍ୟ ଖୋଳତାଡ଼ ଚାଲିଛି। ଟେରର ଲିଙ୍କ ନେଇ ଚାଲିଛି ତଥ୍ୟ ପ୍ରମାଣ ସଂଗ୍ରହ। ୬ଟି ବ୍ୟାଙ୍କ୍ ଆକାଉଣ୍ଟରେ କିଛି ଟେରର ଫଣ୍ଡିଂ ନେଇ ସୁରାକ ପାଇଛି ତଦନ୍ତକାରୀ ସଂସ୍ଥା। ବୁଖାରୀ ରହୁଥିବା ରଗଡ଼ିସ୍ଥିତ ସବଜେଲରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.