ଶୀତରେ ଥରୁଛି ସାରା ଓଡିଶା: ୮ ଡିଗ୍ରୀ ସହ ଜି.ଉଦୟଗିରି ଓ କିରେଇ ସବୁଠାରୁ ଥଣ୍ଡା ସହର

୩୦ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଆସିଛି। ଜି. ଉଦୟଗିରି ଓ କିରେଇ ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି। ଏହି ଦୁଇଟି ସ୍ଥାନରେ ରାତି ତାପମାତ୍ରା ୮ ଡିଗ୍ରୀ ରହିଛି। ପ୍ରବଳ ଥଣ୍ଡାରେ ଥରୁଛି ଟ୍ବିନସିଟି। ଆସନ୍ତାକାଲି ଯାଏ ଶୀତର ପ୍ରକୋପ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଭୁବନେଶ୍ୱର (କେନ୍ୟୁଜ): ଶୀତରେ ଥରୁଛି ସାରା ଓଡ଼ିଶା। ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାରେ ପ୍ରବଳ ଥଣ୍ଡା। ୩୦ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଆସିଛି। ଜି. ଉଦୟଗିରି ଓ କିରେଇ ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି। ଏହି ଦୁଇଟି ସ୍ଥାନରେ ରାତି ତାପମାତ୍ରା ୮ ଡିଗ୍ରୀ ରହିଛି। ପ୍ରବଳ ଥଣ୍ଡାରେ ଥରୁଛି ଟ୍ବିନସିଟି। ଆସନ୍ତାକାଲି ଯାଏ ଶୀତର ପ୍ରକୋପ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଦକ୍ଷିଣ ଆଭ୍ୟନ୍ତରୀଣ ବିଶେଷ କରି ଛତିଶଗଡ଼ ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ୨୧ ଓ ୨୨ ତାରିଖ ଦୁଇ ଦିନ ଭିତରେ ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିବ। ପଶ୍ଚିମା ବାୟୁ ପ୍ରଭାବରେ ୨୦ରୁ ଶୀତ କମିବ। ୨୨ରୁ ୨୪ ତାରିଖ ଯାଏ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତା ୪ରୁ ୫ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.