ଶୀତ କବଳରେ ମୟୁରଭଞ୍ଜ: ୨ ଡିଗ୍ରୀକୁ ଶିମିଳିପାଳରେ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ

ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ। ତଳମୁହାଁ ହେଉଛି ପାରଦ। ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୧ ରୁ ୨ ଡିଗ୍ରୀ ମଧ୍ୟରେ ରହୁଛି । ଶିମିଳିପାଳ ଅଭୟାରଣ୍ୟର ସର୍ବନିମ୍ନ ତାପମାତ୍ରା ଉପର ବାରାକାମୁଡ଼ାରେ ରେକର୍ଡ କରାଯାଉଛି ।

କରଞ୍ଜିଆ (କେନ୍ୟୁଜ): ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ। ତଳମୁହାଁ ହେଉଛି ପାରଦ। ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୧ ରୁ ୨ ଡିଗ୍ରୀ ମଧ୍ୟରେ ରହୁଛି । ଶିମିଳିପାଳ ଅଭୟାରଣ୍ୟର ସର୍ବନିମ୍ନ ତାପମାତ୍ରା ଉପର ବାରାକାମୁଡ଼ାରେ ରେକର୍ଡ କରାଯାଉଛି । କରଞ୍ଜିଆ ଉପଖଣ୍ଡ ଯଶିପୁର,କରଞ୍ଜିଆ, ଶୁକୃଳି,ରରୁଆ ଓ ଠାକୁରମୁଣ୍ଡା ଅଞ୍ଚଳରେ ହାଲୁକା କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି ।

ସକାଳ ୯ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳୁ ସକାଳୁ ଲୋକେ କାର୍ଯ୍ୟକୁ ଯିବା ପାଇଁ ମଧ୍ୟ ବିଳମ୍ବ ହେଉଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଜାଗା ଜାଗାରେ ନିଆଁ ପୁଇଁ ହେଉଛନ୍ତି । ସେହିପରି ସନ୍ଧ୍ୟା ହେଲେ ଶୁନଶାନ୍ ହୋଇପଡୁଛି ରାସ୍ତାଘାଟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.