ଟିଏମସି ନେତା ଶହଜହାନ ଶେଖ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କଲା ଇଡି

ଟିଏମସି ନେତା ଶହଜହାନ ଶେଖଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି ଇଡି । ବିମାନବନ୍ଦର ଠାରୁ ଆରମ୍ଭ ସମସ୍ତ ବସଷ୍ଟାଣ୍ଟ ଓ ରେଲଓ୍ୱେ ଷ୍ଟେସନ ଚାରିଆଡେ ଚାଲିଛି ଜୋରଦାର ଚଢ଼ାଉ । ଶେଖ କେଉଁଆଡେ ଫେରାର ନ ହୋଇ ପଶ୍ଚିମବଙ୍ଗରେ କେଉଁଠି ଲୁଚିଥିବା ଅନୁମାନ କରାଯାଉଛି ।

ପଶ୍ଚିମବଙ୍ଗରେ ଇଡି ଟିମ ଉପରେ ଆକ୍ରମଣ କରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଟିଏମସି ନେତା ଶହଜହାନ ଶେଖଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି ଇଡି । ବିମାନବନ୍ଦର ଠାରୁ ଆରମ୍ଭ ସମସ୍ତ ବସଷ୍ଟାଣ୍ଟ ଓ ରେଲଓ୍ୱେ ଷ୍ଟେସନ ଚାରିଆଡେ ଚାଲିଛି ଜୋରଦାର ଚଢ଼ାଉ । ଇଡି ଚଢାଉ କରିବା ସମୟରେ ଶେଖ ନିଜ ଘରେ ରହିଥିଲେ । କିନ୍ତୁ ଇଡି ଟିମ ଉପରେ ଆକ୍ରମଣ ହେବା ପରେ ପରିବାର ସହିତ ଫେରାର ହୋଇଯାଇଥିଲେ ।

ଖବର ମୁତାବକ, ଶେଖ କାଲି ବାଂଲାଦେଶ ଫେରାର ହେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ । ବାଂଲାଦେଶରେ ନିର୍ବାଚନ ପାଇଁ ବିଏସଏଫ ଏବଂ ବିଡିଆର ଫୋର୍ସ ବର୍ଡରେ ରହିଛନ୍ତି । ତେଣୁ ସେମାନଙ୍କୁ ଶେଖ ବିଷୟରେ ସତର୍କ କରାଯାଇଛି । ତେଣୁ ଶେଖ କେଉଁଆଡେ ଫେରାର ନ ହୋଇ ପଶ୍ଚିମବଙ୍ଗରେ କେଉଁଠି ଲୁଚିଥିବା ଅନୁମାନ କରାଯାଉଛି ।

ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଶୁକ୍ରବାର ପଶ୍ଚିମବଙ୍ଗର ଉତ୍ତର୨୪ ପରଗଣାରେ ଇଡିର ଏକ ଟିମ୍ ଚଢ଼ାଉ କରିବାକୁ ଯାଇଥିଲା । ଏହି ସମୟରେ ଟିଏମସି ନେତାଙ୍କ ସମର୍ଥକମାନେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ୮୦୦ରୁ ୧୦୦୦ ଲୋକେ ଇଡି ଅଧିକାରୀଙ୍କ ସମେତ ତାଙ୍କ ସହ ଯାଇଥିବା ଯବାନଙ୍କ ଉପରକୁ ଟାର୍ଗେଟ୍ କରିଥିଲେ । ଏହି ଘଟଣା ପଛର ମାଷ୍ଟରମାଇଣ୍ଡ ଟିଏମସି ନେତା ଶହଜହାନ ଥିବା କୁହାଯାଉଛି । ଏଥିପାଇଁ ଇଡି ଏବେ ତାଙ୍କ ବିରୋଧରେ ଲୁକ୍ ନୋଟିସ ଜାରି କରିଛି ।

ତେବେ ଏହି ମାମଲାରେ ପଶ୍ଚିମବଙ୍ଗ ଟିଏମସି ନେତା ଶଙ୍କର ଆଧ୍ୟାଙ୍କୁ ଇଡି ଗିରଫ କରି ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.