ପୂରା ହେଲା ଏଲନ୍‌ ମସ୍କଙ୍କ କମ୍ପାନୀ ‘SpaceX’ର ଅନ୍ତରୀକ୍ଷ ମିଶନ ଇନ୍‌ସ୍ପିରେସନ୍‌-୪, ଅନ୍ତରୀକ୍ଷରୁ ଫେରିଲେ ୪ ନାଗରିକ

ଇତିହାସ ରଚିଲା ସ୍ପେସ୍‌ ଏକ୍ସ। ସ୍ପେସ୍‌ ଏକ୍ସ ଅନ୍ତରୀକ୍ଷ ମିଶନକୁ ମିଳିଲା ବଡ଼ ଉପଲବ୍ଧି। ଅନ୍ତରୀକ୍ଷରୁ ସୁରକ୍ଷିତ ଭାବେ ଫେରିଛନ୍ତି ୪ ନାଗରିକ। ସ୍ପେସ ଏକ୍ସର ଡ୍ରାଗନ ସ୍ପେସ୍‌ କ୍ରାଫ୍ଟ ତିନିଦିନ ପୃଥିବୀ ଚାରିପଟେ ଘୂରିବା ପରେ ଆଜି ଭୋରରେ ଫ୍ଲୋରିଡ଼ାର ସମୁଦ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡିଂ କରିଛି।

ରିପୋର୍ଟ ମୁତାବକ, ସାଧାରଣ ନାଗରିକଙ୍କୁ ୩ ଦିନ ପାଇଁ ମହାକାଶକୁ ପଠାଇଥିଲା ସ୍ପେସ ଏକ୍ସ। ବିଶିଷ୍ଟ ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ ପ୍ରଥମ ଅଲ୍‌ ସିଭିଲିଆନ୍‌ କ୍ରୁ ଭାରତୀୟ ସମୟ ଅନୁସାରେ ଗୁରୁବାର ସକାଳ ୫.୩୩ରେ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କମ୍ପାନୀ ପ୍ରଥମ ଥର ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶକୁ ପଠାଇଥିଲା।

ଏହି ମିଶନର ନାଁ ରଖାଯାଇଥିଲା ଇନ୍‌ସ୍ପିରେସନ୍‌-୪। ଏହା ହେଉଛି ପୃଥିବୀର କକ୍ଷ ପଥକୁ ଯାଇଥିବା ପ୍ରଥମ ନନ୍‌ ପ୍ରଫେସନାଲ ଆଷ୍ଟ୍ରୋନଟ୍ସ କ୍ରୁ ବା ସାଧାରଣ ନାଗରିକଙ୍କ ଏକ ଟିମ୍‌। ଏହି ୪ ଜଣ ମହାକାଶ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ୧୬୦ କିମି ଉଚ୍ଚ କକ୍ଷରେ ପରିକ୍ରମା କରି ୩ ଦିନ ବିତାଇଥିଲେ।