Below header

ଟ୍ଵିଟର୍‌ କିଣା ଡିଲ୍‌ରୁ ଓହରିଲେ ଏଲନ ମସ୍କ, ସହିବାକୁ ପଡ଼ିପାରେ ବଡ଼ କ୍ଷତି

ନୂଆଦିଲ୍ଲୀ : ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ଵିଟର୍ ସହ ଡିଲ୍ ରଦ୍ଦ କରିଛନ୍ତି । ଏଥିପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ଟର୍ମିନେସନ୍ ଫି ବାବଦରେ ୧ ବିଲିୟନ ଡଲାର ବା ପ୍ରାୟ ୮ ହଜାର କୋଟି ଟଙ୍କା ଗଣିବେ ବୋଲି ଜଣାପଡ଼ିଛି ।

ଗତ ତିନି ମାସ ହେବ ମସ୍କ ଏବଂ ଟ୍ଵିଟର ମଧ୍ୟରେ ହାଇଭୋଲଟେଜ୍ ଡ୍ରାମା ଚାଲିଥିଲା । ଏପ୍ରିଲ ୨୫ ତାରିଖରେ ଟ୍ଵିଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର୍ ଦେଇଥିଲେ । ପରେ ୪୪ ବିଲିୟନ ଡଲାରରେ କିଣିବାକୁ ଡିଲ୍ ଫାଇନାଲ୍ ହୋଇଥିଲା । ଏବେ ଟ୍ଵିଟର ସହ ଡିଲ୍ କ୍ୟାନସଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏଲନ ମସ୍କ ।

ତେବେ ଡିଲ୍ କ୍ୟାନସଲ୍ ପଛର କାରଣ ଫେକ୍‌ ଆକାଉଣ୍ଟ ବୋଲି କୁହାଯାଇଛି । ଟ୍ଵିଟରକୁ ଫେକ୍ ଆକାଉଣ୍ଟସ୍ ସମ୍ପର୍କରେ ତଥ୍ୟ ଦେବାକୁ ବହୁବାର କୁହାଯାଇଥିଲା । ହେଲେ କମ୍ପାନୀ ତଥ୍ୟ ଦେଇନଥିଲା । ଯେଉଁଥିପାଇଁ ଏହି ଡିଲ୍ କ୍ୟାନ୍ସଲର କାରଣ ବୋଲି କୁହାଯାଉଛି । ଏଥିପାଇଁ ଏଲନ ମସ୍କଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.