ଏଲନ ମସ୍କଙ୍କ ଛେଳି ମୂର୍ତ୍ତି ତିଆରି କଲେ ଫ୍ୟାନ୍‌, ଖର୍ଚ୍ଚ ହୋଇଛି ପାଖାପାଖି ୫ କୋଟି ଟଙ୍କା

ଟେସଲା ସିଇଓ ଏଲନ ମସ୍କ ଟ୍ଵିଟର କିଣିବା ପରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏଲନ ମସ୍କଙ୍କ ସମର୍ଥକ ତାଙ୍କ ସମ୍ମାନରେ ୩୦ ଫୁଟ ଲମ୍ବା ଏକ ସ୍ମାରକୀ ତିଆରି କରିଛନ୍ତି। ୬ ଲକ୍ଷ ଡଲାରରେ ପ୍ରସ୍ତୁତ ଏହି ୫ ଫୁଟ ଏବଂ ୯ ଇଞ୍ଚ ଲମ୍ବା ସ୍ମାରକୀ ଦେଖି ଏପରି ଲାଗୁଛି, ଯେପରି ଏକ ଛେଳି ଶରୀର ଉପରେ କୋଟିପତି ଏଲନ ମସ୍କଙ୍କ ମୁଣ୍ଡ ଲଗାଯାଇଛି। ଆଉ ଏହାକୁ ରକେଟ ଉପରେ ରଖାଯାଇଛି।

କାନାଡାର ଜଣାଶୁଣା ଧାତୁ ମୂର୍ତ୍ତିକାର କେବିନ ଏବଂ ମିଶେଲ ଷ୍ଟୋନ ଆଲୁମିନିୟମରୁ ମୂର୍ତ୍ତି ତିଆରି କରିଛନ୍ତି। ଏହି ମୂର୍ତ୍ତିର ଦାମ୍‌ ୬ ଲକ୍ଷ ଡଲାର ଅର୍ଥାତ୍ ହାରାହାରି ୪.୮ କୋଟି ଟଙ୍କା । ମୂର୍ତ୍ତିର ଉଚ୍ଚତା ୫ ଫୁଟ ୯ ଇଞ୍ଚ । ମୂର୍ତ୍ତିର ମୁଣ୍ଡ ଆଲୁମିନିୟମରେ ନିର୍ମିତ ହୋଇଛି । ମସ୍କଙ୍କର ଏହି ମୂର୍ତ୍ତି ନିର୍ମାଣର ବିଚାର କ୍ରିପ୍ଟୋକରେନ୍ସି କମ୍ପାନି ଏଲନ୍ ଗୋଟ୍ ଟୋକନ୍ର ।

ଏକ ବୟାନରେ $EGT କହିଛି, ଅଧିକାଂଶ ଲୋକେ ଭାବିଥିଲେ, ଏହାକୁ ଆମେ କେବେ ବି କରିବୁ ନାହିଁ। କିନ୍ତୁ ନିର୍ମାଣ କରିବାର ଗୋଟେ ବର୍ଷ ପରେ ଏହାକୁ ଘରକୁ ଆଣିବାର ସମୟ ଆସିଯାଇଛି। ଆମେ ତାଙ୍କୁ ଭେଟି ଏହାକୁ ଦେବାକୁ ଚାହୁଁଛୁ । ସେ ହେଉଛନ୍ତି ସବୁଠୁ ଅଭିନବ ମଣିଷ । ଚଳିତ ମାସ ଶେଷବେଳକୁ ଟେକ୍ସାସର ଅଷ୍ଟିନ୍ ସ୍ଥିତ ଟେକ୍ସାନ୍ ଟେସ୍ଲାରେ ମୂର୍ତ୍ତିଟିକୁ ମସ୍କଙ୍କୁ ଉପହାର ଦେବାକୁ କମ୍ପାନୀ ଚାହୁଁଛି। କ୍ରିପ୍ଟୋକରେନ୍ସି କମ୍ପାନୀ ମସ୍କଙ୍କୁ GOAT ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ ବା ‘ସର୍ବକାଳୀନ ମହାନ’ ବ୍ୟକ୍ତି ଭାବେ ସମ୍ବୋଧନ କରିଛି । ତେଣୁ ସେ ହେଉଛନ୍ତି ଗୋଟ୍ (ଗ୍ରେଟେଷ୍ଟ୍ ଅଫ୍ ଅଲ୍ ଟାଇମ୍) ବା ସର୍ବକାଳୀନ ମହାନ ବ୍ୟକ୍ତି ।

ସୂଚନାଯୋଗ୍ୟ, ଟ୍ଵିଟର ନୂଆ ସିଇଓ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଏଲନ ମସ୍କ ଅଫିସିଆଲ ଭାବେ ପେ ଫୋର ଭେରିଫିକେସନ ସିଷ୍ଟମ ଲଞ୍ଚ କରିଛନ୍ତି। ଯାହାର ଉଲ୍ଲଘଂନ ଅନେକ ୟୁଜର୍ସ ପୂର୍ବରୁ କରୁଛନ୍ତି। ଟ୍ୱିଟର ବ୍ୟବହାର କରୁଥିବା ଅଧିକାଂଶ କିମ୍ବା ସମସ୍ତ ଉପଭୋକ୍ତାଙ୍କ ପାଇଁ ସବସ୍କ୍ରିପସନ୍ ଫି ଆଦାୟ କରିବାକୁ ମସ୍କ ଯୋଜନା କରୁଛି। ଏଥିସହ, ଲୋକଙ୍କୁ ବ୍ଲୁ ଟିକ୍ ପାଇଁ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ପାଇଁ ମଧ୍ୟ ଦେୟ ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.