ଅଭିନେତ୍ରୀ ଆୟଶା ଭାଙ୍ଗୁଛନ୍ତି ସାନିଆ ଏବଂ ସୋଏବଙ୍କ ସଂପର୍କ ! ଫଟୋ ହେଉଛି ଭାଇରଲ

ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ସୋଏବ ମଲିକ ଅଲଗା ହେବାକୁ ଯାଉଛନ୍ତି। ପାକିସ୍ତାନୀ ମିଡିଆ ମୁତାବକ, ଦୁହେଁ ଖୁବଶୀଘ୍ର ଛାଡପତ୍ର ଦେବାକୁ ଯାଉଛନ୍ତି। ଦୁହେଁ ଅଫିସିଆଲ ଭାବେ କିଛି କହିନାହାନ୍ତି, କିନ୍ତୁ ଖୁବଶୀଘ୍ର ଅଲଗା ହୋଇପାରନ୍ତି ବୋଲି ଖବର ଆସୁଛି। ଆଉ ଏହିଦୁହିଁଙ୍କ ଅଲଗା ହେବାର କାରଣ ହେଉଛନ୍ତି ଜଣେ ପାକିସ୍ତାନୀ ମଡେଲ ତଥା ଅଭିନେତ୍ରୀ।

ସୋସିଆଲ ମିଡିଆରେ ଏବେ ସାନିଆ ମିର୍ଜା ଏବଂ ସୋଏବ ମଲ୍ଲିକଙ୍କ ମଧ୍ୟରେ ଛାଡପତ୍ର ହେବ ବୋଲି ଚର୍ଚ୍ଚା ଚାଲିଛି। ପାକିସ୍ତାନ ମିଡିଆ ମୁତାବକ, ସାନିଆ ଏବଂ ସୋଏବଙ୍କ ଅନ୍ତରଙ୍ଗ ବନ୍ଧୁ କହିଛନ୍ତି, ଏମାନେ ଖୁବଶୀଘ୍ର ଛାଡପତ୍ର ନେବେ। ଛାଡପତ୍ର ପାଇଁ ସବୁକିଛି ଶେଷ ହୋଇଛି। ତେବେ ସାନିଆ ଏବଂ ସୋଏବଙ୍କ ସଂପର୍କ ଅଭିନେତ୍ରୀ ଆୟଶା ଉମରଙ୍କ ପାଇଁ ଭାଙ୍ଗିବାକୁ ଯାଇଛି। ସୋଏବଙ୍କ ଚକ୍କର ଆୟଶାଙ୍କ ସହିତ ରହିଛି। ନିକଟରେ ଦୁହେଁ ଏକ ମାଗାଜିନ ପାଇଁ ସୁଇମିଂ ପୁଲରେ ବୋଲ୍ଡ ଫଟୋଶୁଟ୍‌ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।

ତେବେ ଏହି ଦୁହିଁଙ୍କ ସଂପର୍କକୁ ନେଇ କେତେ ସତ୍ୟତା ରହିଛି, ତାହା ପ୍ରମାଣ ହୋଇନାହିଁ। କିନ୍ତୁ ଆୟଶା ଏବଂ ସୋଏବଙ୍କ ସଂପର୍କ ସାନିଆ ଏବଂ ସୋଏବଙ୍କ ସଂପର୍କକୁ ଖୁବଶୀଘ୍ର ଭାଙ୍ଗିଦେବ। ଆୟଶା ପାକିସ୍ତାନଜର ଲୋକପ୍ରିୟ ଅଭିନେତ୍ରୀ ତଥା ମଡେଲ। ତାଙ୍କୁ ପାକିସ୍ତାନର ଷ୍ଟାଇଲ ଆଇକନ ମଧ୍ୟ କୁହାଯାଏ।

ସାନିଆ-ସୋଏବ ୨୦୧୦ ମସିହା ଏପ୍ରିଲରେ ହାଇଦ୍ରାବାଦରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବାହାଘରରେ ୧୦ ବର୍ଷ ପରେ ତାଙ୍କର ପୁଅ ଇଜହାନ ଜନ୍ମ ହୋଇଥିଲା । ନିକଟରେ ସୋଏବ ଏବଂ ସାନିଆ ସାଙ୍ଗ ହୋଇ ନିଜ ପୁଅ ଇଜହାନ ମିର୍ଜା ମଲିକର ଜନ୍ମଦିନ ପାଳନ କରିଥିଲେ ।

ସୋଏବ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଜନ୍ମ ଦିନ ଫଟୋ ଆର କରିଥିଲେ,କିନ୍ତୁ ଅପରପକ୍ଷରେ ସାନିଆ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଜନ୍ମ ଦିନର ଫଟୋ ସେଆର କରିନଥିଲେ । ଯାହାକୁ ନେଇ ଏହି ଦମ୍ପତିଙ୍କ ଛାଡପତ୍ର ବିବାଦକୁ ଆହୁରି ଖୋରାକ ଯୋଗାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.