ଜମ୍ମୁ-କାଶ୍ମୀର ସୋପିୟା ଜିଲ୍ଲାର କିଲୁରା ଅଞ୍ଚଳରେ ଏନ୍କାଉଣ୍ଟର

ଶ୍ରୀନଗର : ଜମ୍ମୁ-କାଶ୍ମୀର ସୋପିୟା ଜିଲ୍ଲାର କିଲୁରା ଅଞ୍ଚଳରେ ଏନ୍କାଉଣ୍ଟର । ଏଥିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତରୁ ଏନ୍କାଉଣ୍ଟର ଜାରି ରହିଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ସିଲ୍ କରାଯାଇଛି । ସର୍ଚ୍ଚ ଅପରେସନ୍ ବେଳେ ଜଣେ ଆତଙ୍କବାଦୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । କିଛି ମାରଣାସ୍ତ୍ର ମଧ୍ୟ ଜବତ କରିଛି ସେନା । ଏହା ପୂର୍ବରୁ ଶୁକ୍ରବାର ଅପରାହ୍ଣରେ ହୋଇଥିବା ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ୨ ଜଣ ଯବାନ ଆହତ ହୋଇଥିଲେ । ଏହା ପରେ ସେହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା । ଫଳରେ ପୁଣି ଥରେ ଏନ୍କାଉଣ୍ଟର ଆରମ୍ଭ ହୋଇଛି । ୭୨ ଘଣ୍ଟା ମଧ୍ୟରେ ୯ ଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛି ସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.