ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର; ୪ ଆତଙ୍କୀ ମୃତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର; ୪ ଆତଙ୍କୀ ମୃତ । ସୋପିଆନ ଜିଲ୍ଲା ମୋଲୁ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ ୪ ସ୍ଥାନୀୟ ଆତଙ୍କୀ ମୃତ। ଜାରି ରହିଛି ଗୁଳିବିନିମୟ । ସୋପିଆନ୍‌ ଜିଲ୍ଲା ଦ୍ରାସ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ୩ ଜଣ ଆତଙ୍କୀଙ୍କ ମୃତ ହୋଇଥିଲା ।

୩ ଆତଙ୍କୀ ଜୈଶ-ଇ ମହମ୍ମଦ ଆତଙ୍କବାଦୀ ସଂଗଠନ ସହ ଜଡିତ । ସେହିପରି ମୋଲୁ ଅଞ୍ଚଳରେ ଲସ୍କର ଇ ତୋଇବାର ଆତଙ୍କବାଦୀକୁ ମାରିଛନ୍ତି ସୁରକ୍ଷାକର୍ମୀ। ଏପଟେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଛି ସୁରକ୍ଷା ସମୀକ୍ଷା ବୈଠକ । ବୈଠକରେ ଉପରାଜ୍ୟପାଳ ମନୋଜ ସିହ୍ନା ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.