Below header

ନିମ୍ବପତ୍ର ପାଣି ଶରୀରରେ ସିଞ୍ଚନ କରି ଭିତରକୁ ପ୍ରବେଶ କରୁଛନ୍ତି ଏହି ଥାନାର ସମସ୍ତ ପୋଲିସ କର୍ମଚାରୀ, ଜାଣନ୍ତୁ କାହିଁକି

ଦିଲ୍ଲୀର ରଞ୍ଜିତ ନଗର ଥାନାରେ କରୋନା ଭାଇରସଠୁ ଦୂରେଇ ରହିବା ପାଇଁ ପୋଲିସ ନୂଆ ଉପାୟ ଖୋଜି ବାହାର କରିଛି । ବାହାରୁ ଥାନାକୁ ଆସୁଥିବା ସମସ୍ତ କର୍ମଚାରୀଙ୍କ ହାତକୁ ସାନିଟାଇଜ କରାଯାଉଛି । ଏହାପରେ ପ୍ରତ୍ୟେକ କର୍ମଚାରୀଙ୍କର ବଡି ତାପମାତ୍ରା ଚେକ କରାଯାଉଛି । କେବଳ ଏତିକି ନୁହେଁ, ସର୍ବ ଶେଷରେ ପୋଲିସ କର୍ମୀମାନେ ନିମ ପତ୍ର ପାଣି ନିଜ ଶରୀରରେ ସିଞ୍ଚନ କରୁଛନ୍ତି ।

nee

ତେବେ ଏହି ପାଣିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଥାନାର ଜଣେ ଅଧିକାରୀ କହିଛନ୍ତି, ସଫା ପାଣିରେ ନିମ ପତ୍ର ପକାଇ ତାହାକୁ ଫୁଟାଯାଇଛି । ଏଥିରେ ଫିଟିକିରି ଏବଂ କର୍ପୂର ମିଶାଯାଇଛି, ଯାହାକି ଶରୀର ଓ କପଡ଼ାରେ ରହୁଥିବା ଜୀବାଣୁମାନଙ୍କୁ ବିନାଶ କରି ଦେଇଥାଏ । ତେଣୁ ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକକୁ ଏହି ପାଣି ସିଞ୍ଚନ କରିବାକୁ କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.