ରାତିରେ ଫୋନ କରି ପୋଲିସଙ୍କୁ ସିଙ୍ଗଡ଼ା ମାଗିଲା ଯୁବକ, DM ଖାଇବାକୁ ଦେବା ପରେ କରାଇଲେ ନାଳ ସଫା; ଦେଖନ୍ତୁ ଫଟୋ

ଲକଡାଉନ ବେଳେ ଲୋକଙ୍କୁ ଯେଭଳି କୌଣସି ସମସ୍ୟା ନ ହୁଏ ସେ ନେଇ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି। କେତେକ ସ୍ଥାନରେ ପୋଲିସ ପ୍ରଶାସନ ଲୋକଙ୍କ ଘରେ ମଧ୍ୟ ରାସନ ସାମଗ୍ରୀ ଦେଇ ଆସୁଛନ୍ତି। ଲୋକମାନେ କେବଳ ଜରୁରୀ ଜିନିଷ ମଗାଇବାକୁ ପ୍ରଶାସନ ତରଫରୁ ଅନୁରୋଧ କରିଛନ୍ତି।

Coronavirus
.

ମାତ୍ର କିଛି ଲୋକ ଏହି ସୁବିଧାର ଦୁରୂପଯୋଗ କରୁଥିବା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ହୋମ ଡେଲିଭରି କରୁଥିବା ଜଣେ ପୋଲିସଙ୍କ ସହ ଥଟ୍ଟା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି।

ରାମପୁରର ଜଣେ ଯୁବକ ରବିବାର ରାତିରେ ହେଲ୍ପଲାଇନରେ କଲ କରି ପୋଲିସଙ୍କୁ ତାଙ୍କ ପାଇଁ ୪ଟି ସିଙ୍ଗଡ଼ା ଆଣିଦେବାକୁ କହିଥିଲା। ପୋଲିସ ଜାଣିପାରିଲେ ଯେ ଯୁବକ ତାଙ୍କ ସହ ମଜା କରୁଛି। ଏଣୁ ବାରମ୍ବାର ମନା କରିଥିଲେ। ମାତ୍ର ଯୁବକ ନ ଶୁଣିବାରୁ ସେ ତାଙ୍କୁ ସିଙ୍ଗଡ଼ା ନେଇ ଦେଇଥିଲେ। ଏଠି ସହ ସୁବିଧାର ଦୁରୂପଯୋଗ କରିବା ଅଭିଯୋଗରେ ତାଙ୍କୁ ଦଣ୍ଡ ମଧ୍ୟ ଦେଇଥିଲେ। ପୋଲିସ ତାଙ୍କୁ ଦଣ୍ଡ ସ୍ୱରୂପ ରାସ୍ତା ସଫା କରିବାକୁ କହିଥିଲା।

Naaz Foods - Hot Samosa & Aloo Samosa from Hyderabad

ଏନେଇ ରାମପୁର ଡିଏମ୍ ଟ୍ୱିଟ କରି ସୂଚନା ଦେଇଛନ୍ତି। ଆଗକୁ ଏଭଳି ମାମଲା ସାମ୍ନାକୁ ଆସିଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଡିଏମଙ୍କ ଏହି ଟ୍ୱିଟକୁ ଲୋକମାନେ ପ୍ରଶଂସା କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.