Below header

କରୋନା ଭାଇରସକୁ ନେଇ ଭୁଲ ତଥ୍ୟ ଦେଉଥିବା ବିଜ୍ଞାପନ ପ୍ରସାରଣ ଉପରେ ରୋକ ଲଗାଇଲା ଫେସବୁକ

ପୃଥିବୀର ଅନ୍ୟତମ ବରିଷ୍ଠ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ କରୋନା ଭାଇରସକୁ ନେଇ ଭୁଲ ବିଜ୍ଞାପନ ପ୍ରସାରଣ ଉପରେ ରୋକ ଲଗାଇଛି । ଫେସବୁକ ତତରଫରୁ ସ୍ପଷ୍ଟ କରାଯାଇଛି କି କରୋନା ଭାଇରସକୁ ନେଇ ଏମିତି କିଛି ବିଜ୍ଞାପନ ଏବେକା ସମୟରେ ପ୍ରସାରଣ ହେଉଛି ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ । ଏହାବାଦ ଫେସବୁକ ପ୍ଲାଟଫର୍ମରୁ କରୋନା ଭାଇରସକୁ ନେଇ ଆଗୁଆ ସତର୍କତା ଓ ଚିକିତ୍ସା ନେଇ ଦିଆଯାଇଥିବା ବିଜ୍ଞାପନ ତଥ୍ୟ ଗୁଡିକୁ ବି ହଟାଇ ଦିଆଯାଇଛି ।

facebook

ଭୁଲ ତଥ୍ୟ ପ୍ରସାରଣ ନେଇ ଏକ ଉଦାହରଣ ମଧ୍ୟ କମ୍ପାନୀ ତରଫରୁ ଦିଆଯାଇଛି । ଏବେକା ସମୟରେ ପ୍ରସାରିତ ହେଉଥିବା ବିଜ୍ଞାପନରେ ଭାଇରସରୁ ବର୍ତ୍ତିବା ପାଇଁ ଫେସ ମାସ୍କ ୧୦୦ ପ୍ରତିଶତ ଉପଯୋଗୀ କୁହାଯାଉଥିବା ବେଳେ କିନ୍ତୁ ଡାକ୍ତରମାନେ ଏହି ଉପାୟକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି । ସୂଚନା ଦେବା ଯୋଗ୍ୟ କି, କରୋନା ଭାଇରସ କାରଣରୁ ଏଭିତରେ ଚୀନରେ ପ୍ରାୟ ୨ ହଜାର ଲୋକଙ୍କ ଜୀବନ ଗଲାଣି । ଏହା ସହ ଏଯାବତ ଏହି ଭାଇରସ ସମୁଦାୟ ୩୭ଟି ଦେଶରେ ସଂକ୍ରମିତ ହେଲାଣି ।

ଅନ୍ୟ ପକ୍ଷରେ ଭାଇରସ ଭୟରେ ଜାପାନରେ ଏକ ଲକଜରୀ କୄଜ ଜାହାଜ ଡାଇମଣ୍ଡ ପ୍ରିନସେସକୁ ୟୋକହାମା ଠାରେ କିଛି ଦିନ ପାଇଁ ରଖାଯାଇଥିଲା । ଯେଉଁଥିରେ ସମୁଦାୟ ୩୭୧୧ ଲୋକ ମହଜୂତ ଥିବା ବେଳେ ସେମଧ୍ୟରୁ ୧୩୮ ଜଣ ଥିଲେ ଭାରତୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.