ନକଲି ଡାକ୍ତର ଅସଲି ଅପରେସନ୍, ଭୁଲ ଅପରେସନ କରି ନେଇଗଲେ ରୋଗୀର ଜୀବନ

ନକଲି ଡାକ୍ତରଙ୍କ ଅସଲି ଅପରେସନ୍ । ଅସ୍ତ୍ରୋପଚାର କରି ରୋଗୀର ନେଇଗଲେ ଜୀବନ ।

ନୂଆଦିଲ୍ଲୀ : ନକଲି ଡାକ୍ତରଙ୍କ ଅସଲି ଅପରେସନ୍ । ରାଜଧାନୀର ମୁନ୍ନା ଭାଇ ଏମ୍ବିବିଏସ୍ । ଅସ୍ତ୍ରୋପଚାର କରି ରୋଗୀର ନେଇଗଲେ ଜୀବନ। ଏଭଳି ସାଂଘାତିକ୍ ଅଭିଯୋଗ ଆସିଛି ଖୋଦ୍ ରାଜଧାନୀରୁ । ଜଣେ ରୋଗୀର ଜୀବନ ଯାଇଥିବା ବେଳେ ତାଙ୍କ ପରିବାର ଲୋକ ଡାକ୍ତରଙ୍କ ନାଁରେ ଆଣିଥିଲେ ଅଭିଯୋଗ। ଆଉ ତା’ପରେ ଡାକ୍ତରଙ୍କ ସବୁ କଳା କାରନାମା ପଦାକୁ ଆସିଥିଲା । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ । ହସ୍ପିଟାଲ ସମ୍ବନ୍ଧିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି ।

ସବୁଠାରୁ ବଡ଼ କଥା ହେଉଛି ହସ୍ପିଟାଲଟି ସମ୍ପୂର୍ଣ୍ଣ ନକଲି ହୋଇ ଥିବା ବେଳେ । ସେଠାରେ ଡାକ୍ତର ମଧ୍ୟ ନକଲି । ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଯେଉଁ ପ୍ରେସ୍କ୍ରିପସନ୍‌ ଦେଉଥିଲେ ସେଥିରେ ଅନ୍ୟ ଡାକ୍ତରଙ୍କ ନାମ ଲେଖାଥିଲା । ଏବଂ ସେମାନେ ପୂର୍ବରୁ ଅନେକ ରୋଗୀଙ୍କୁ ଏପରି ଅପରେସନ କରି ତାଙ୍କ ଜୀବନ ନେଇଥିବା ଘଟଣା ଏବେ ଜଣାପଡ଼ିଛି ।

ତେବେ ପୋଲିସ କହିବା ଅନୁଯାୟୀ, ଜଣେ ରୋଗୀ ୨୦୨୨ରେ ଗଲ୍ ବ୍ଲାଡର ଚିକିତ୍ସା ପାଇଁ ଏହି କ୍ଲିନିକରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କର ଅପରେସନ୍ ଜଣେ ଯୋଗ୍ୟ ସର୍ଜନଙ୍କ ନିକଟରେ କରାଇବାକୁ ପରାମର୍ଶ ଦେବା ସହ ସର୍ଜନଙ୍କ ନାଁ ମଧ୍ୟ କ୍ଲିନିକ୍ ପକ୍ଷରୁ କୁହାଯାଇଥିଲା । ହେଲେ ପରେ ହଠାତ୍ ଡାକ୍ତର ଜସପ୍ରୀତ ଏବଂ ପୂଜା ଅଗ୍ରୱାଲ ଅପରେସନ୍ କରିଥିଲେ । ଅପରେସନ୍ ସରିବା ପରେ ଓଟିରୁ ରୋଗୀ ଜଣଙ୍କୁ ସିଫ୍ଟ କରାଯାଇଥିଲା । ହେଲେ ରୋଗୀ ଜଣକ ବହୁ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ରାଜଧାନୀରେ ହଇଚଇ ସୃଷ୍ଟି କରିଛି ।

ତେବେଏହି ମାମଲାରେ ଡାକ୍ତରଙ୍କୁ ଜେରା କରିବା ସହ ସେହି ହସ୍ପିଟାଲରୁ ଡାକ୍ତର ଲେଖୁଥିବା ପ୍ରେସ୍କ୍ରାଇବ୍ ଏବଂ ବିଭିନ୍ନ ପ୍ରକାର ଔଷଧ ସହ ପ୍ରସବ ସମୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ରେଜିଷ୍ଟର ଜବତ କରିଛି ପୋଲିସ । ତେବେ ଦେଖିବାକୁ ବାକି ରହିଲା ଏହି ନକଲି ଡାକ୍ତରଙ୍କ ପ୍ରତି କଣ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.