ପୋଲିସ ପୋଷାକରେ କାଟୁଥିଲେ ଚାଲାଣ, ଏବେ ଅସଲି ପୋଲିସ ହାତରୁ ହେଲେ ଗିରଫ

ଅସଲି ପୋଲିସ ହାତରେ ଧରାପଡିଲା ନକଲି ପୋଲିସ। ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ନିଜକୁ ଦିଲ୍ଲୀ ପୋଲିସ କହୁଥିବାବେଳେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର କହି କୋଭିଡ୍-୧୯ର ଚାଲାଣ ବସୁଲୀ କରୁଥିଲେ।
A woman has been arrested for allegedly impersonating as Assistant sub-inspector and issuing challans for violating #COVID19 norms. A case has been registered and further investigation is underway: Delhi Police pic.twitter.com/045TfKhs58
— ANI (@ANI) August 13, 2020
ତେବେ ପୋଲିସ ମହିଳାଙ୍କୁ ଗିରଫ କରାଯିବା ସହିତ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସର କହିବାନୁଯାୟୀ ମହିଳାଙ୍କୁ ଗିରଫ କରାଯାଇ ପଚରାଉୁଚୁରା ଜାରି ରହିଛି। ଆଉ ଜାଣିବାକୁ ଚେଷ୍ଟା କରାଯାଉଛି ଯେ ସେ ଏହି କାମ ନିଜେ କରୁଥିଲେ ନା ଆଉ କିଏ ତାଙ୍କ ସହିତ ସାମିଲ ଥିଲେ।