Below header

ଟ୍ଵିଟର ଆଣିଲା ନୂଆ ଫିଚର, ଏବେ ଆପେ ଆପେ ଟ୍ରାନ୍ସଲେଟ୍‌ ହୋଇଯିବ ସବୁ ପୋଷ୍ଟ

ଟ୍ଵିଟର ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଖୁସି ଖବର। ଏବେ ଟ୍ଵିଟରରେ ଆଉ ଭାଷା ସାଜିବନି ବାଧକ । ଖୁବ୍‌ଶୀଘ୍ର ଟ୍ଵିଟର ୟୁଜର ସବୁ ଟ୍ଵିଟ୍‌କୁ ନିଜ ଭାଷାରେ ପଢ଼ିପାରିବେ। ଏ ନେଇ ଟ୍ଵିଟର ଏକ ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚର ସମସ୍ତ ଟ୍ଵିଟ୍‌କୁ ଅଟୋମେଟିକ୍‌ ଟ୍ରାନ୍ସଲେଟ୍‌ କରିପାରିବ। ଏହି ଟ୍ରାନ୍ସଲେଟ୍‌ ଫିଚରର ଆରମ୍ଭ ପ୍ରଥମେ ବ୍ରାଜିଲରେ କରାଯାଇଛି। ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଫୋନ୍‌ର ୟୁଜର ଏହି ଫିଚରର ଲାଭ ଉଠାଇପାରିବେ। ଏହା ଦ୍ୱାରା ୟୁଜର୍ସ ନିଜ ପସନ୍ଦର ଭାଷା ଅନୁସାରେ ଟ୍ଵିଟ୍‌କୁ ପଢ଼ିପାରିବେ।

tweet2

ସୂଚନାଯୋଗ୍ୟ ଯେ ଟ୍ଵିଟରରେ ଟ୍ରାନ୍ସଲେସନ୍‌ ବିକଳ୍ପ ପୂର୍ବରୁ ମଧ୍ୟ ଦିଆଯାଇଥିଲା କିନ୍ତୁ ତାହା ଅଟେମେଟିକ୍‌ ନଥିଲା। ତେବେ ବର୍ତ୍ତମାନ ଏହା କେବଳ ଇନ୍‌ଲାଇନ୍‌ ଟ୍ରାନ୍ସଲେସନ୍‌କୁ ହିଁ ସପୋର୍ଟ କରୁଛି। କିନ୍ତୁ ଏହି ନୂଆ ଫିଚର ଆସିବା ପରେ ବ୍ରାଜିଲର ୟୁଜର୍ସ ଇଂରାଜୀର ସବୁ ଟ୍ଵିଟ୍‌ ପର୍ତ୍ତୃଗାଲ ଭାଷାରେ ଦେଖିପାରିବେ ଓ ଏହା ଆପେ ଆପେ ଟ୍ରାନ୍ସଲେଟ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.