ଦିଲ୍ଲୀରେ ମାତିଛନ୍ତି ମୁଖାପିନ୍ଧା ଲୁଟେରା, ବନ୍ଧୁକ ମୁନରେ ଲୋକଙ୍କୁ କରୁଛନ୍ତି ଲୁଟ୍

ଭାରତର ରାଜଧାନୀ ଦିଲ୍ଲୀରେ ବଢିଚାଲିଥିବା ଅପରାଧ ପୋଲିସ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି। ପ୍ରତିଦିନ ଲୁଟେରାଙ୍କ ପ୍ରଦୁର୍ଭାବ ବଢିଚାଲିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏବେ ଏମିତି ଏକ ଲୁଟର ଚିତ୍ର ସାମ୍ନାକୁ ଆସିଛି ଯାହା ପ୍ରତ୍ୟକଙ୍କ ମନରେ ଡର ସୃଷ୍ଟି କରିବ। ଜଣେ ଦମ୍ପତି ନିଜ ଛୋଟ ଛୁଆକୁ ଧରି ବିଳମ୍ବତି ରାତିରେ ଘରକୁ ଫେରୁଥିବା ବେଳେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ମୁନରେ ସେହି ଦମ୍ପତ୍ତଙ୍କ ଠାରୁ ଲୁଟ୍ କରିଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଫୁଟେଜରୁ ଜଣା ପଡୁଛି ଯେ, ଘଟଣାଟି ହେଉଛି ଦିଲ୍ଲୀ ମଡେଲ ଟାଉନ ଅଞ୍ଚଳର, ଯେଉଁଠାରେ ରବିବାର ଦିନ ଜଣେ ଦମ୍ପତି ତାଙ୍କ ଛୋଟ ଛୁଆକୁ ସାଙ୍ଗରେ ଧରି ନିଜ ଘରକୁ ରାତି ୩.୧୮ ଫେରୁଥିଲେ। କାରକୁ ଗ୍ୟାରେଜରେ ପାର୍କିଙ୍ଗ କରି ପୁରୁଷ ଜଣକ ଘରର ଗେଟ ଦେବାକୁ ଗଲା ବେଳେ ୩ଜଣ ମୁଖାପିନ୍ଧା ଲୁଟେରା ହଠାତ ଘର ଭିତରକୁ ପଶିଆସି ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ଧମକାଇଥିଲେ। ପରେ ପୁରୁଷଙ୍କ ପର୍ସରୁ ଟଙ୍କା ଓ ମହିଳାଙ୍କ ଠାରୁ ମୋବାଇଲ ଇତ୍ୟାଦି ଲୁଟକରି ସେମାନଙ୍କୁ କାରରେ ବସାଇ ସେଠାରୁ ଫେରାର ହୋଇଥିବାର ଭିଜୁଆଲରୁ ଜଣା ପଡୁଛି। ତେବେ ଏହି ଘଟଣା ପରେ ପୋଲିସ କାହାରିକୁ ଗିରଫ କରିପାରିନାହିଁ ଓ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.