କାଲିିଠୁ ସାରା ଦେଶରେ କଡାକଡି ହେବ ଫାସଟାଗ୍‌ ବ୍ୟବସ୍ଥା, ୪୫୦ଟି ଟୋଲ ପ୍ଲାଜାରେ ଏହି ବ୍ୟବସ୍ଥା ଲାଗୁ

କାଲିିଠୁ ସାରା ଦେଶରେ କଡାକଡି ଲାଗୁ ହେବ ଫାସଟାଗ୍‌ ବ୍ୟବସ୍ଥା । ଦେଶରେ ଥିବା ସମସ୍ତ ୪୫୦ଟି ଟୋଲ ପ୍ଲାଜାରେ ଏହି ବ୍ୟବସ୍ଥା ଲାଗୁ ହେବ । ପୂର୍ବରୁ ଡିସେମ୍ବର ୧ରୁ ଏହାକୁ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପରବର୍ତ୍ତୀ ସମୟରେ ଆଉ ୧୫ ଦିନ ସମୟ ଦିଆଯାଇଥିଲା । ଏହାଦ୍ୱାରା ଟୋଲଗେଟରେ କମ ସମୟ, କମ ଅର୍ଥ ଦେବାକୁ ପଡିବ । ଯେଉଁ ଗାଡିରେ ଫାସଟାଗ୍‌ ଲାଗିନଥିବ ସେମାନେ ଦୁଇଗୁଣା ନଗଦ ରାଶି ଦେବାକୁ ପଡିବ । ସମସ୍ତ ବ୍ୟାଙ୍କରେ ଏହି ଫାସଟାଗ୍‌ କାର୍ଡ ଉପଲବ୍ଧ ହେବାକୁ ଯାଉଛି । ଟୋଲ ଗେଟ୍‌ରେ ବାରମ୍ବାର ରହିବାକୁ ପଡିବ ନାହିଁ । ଲମ୍ବା ଧାଡ଼ିରେ ଛିଡା ହେବାକୁ ପଡିବନି । ନଗଦ କାରବାରରୁ ବଞ୍ଚିତ ହେବେ ଗାଡି ଚାଳକ । ଏହି ସମସ୍ୟାକୁ ନଜରରେ ରଖି ଫାସଟାଗ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି । ଟୋଲ ପ୍ଲାଜାରେ ଏଥିପାଇଁ ସ୍ୱତନ୍ତ୍ର ଲେନ୍‌ ରହିବ । ଟୋଲ ଗେଟ୍‌ ଦେଇ ଯିବା ପୂର୍ବରୁ ଆପଣଙ୍କ ଫାସଟାଗ୍‌କୁ ରିଡ୍‌ କରିବ ସର୍ଭର ବା ଡିଭାଇସ୍‌ । ଏହାକୁ ରେଡିଓ ଫ୍ରିକ୍ୱେନ୍ସ ଆଇଡେଣ୍ଟିଫିକେସନ ବା RFID କୁହାଯାଉଛି । ଗୋଟିଏ ଟାଗ୍‌ କିନ୍ତୁ ଅନେକ ଥର ବା ଲାଇଫ୍‌ ଟାଇମ୍‌ ପାଇଁ ବ୍ୟବହାର କରିହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.