Below header

ଗଙ୍ଗାନଦୀର ସ୍ବଚ୍ଛତା ଅନୁଧ୍ୟାନରେ ଆସି ପାହାଚ ଚଢୁଥିବା ବେଳେ ଗୋଡ ଖସି ପଡିଗଲେ ପ୍ରଧାନମନ୍ତ୍ରୀ ମୋଦି, ପରେ କଣ ଘଟିଲା ଜାଣନ୍ତୁ

କେନ୍ୟୁଜ୍(ବ୍ୟୁରୋ): ପାହାଚ ଚଢୁଥିବା ବେଳେ ହଠାତ ପଡିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି। ଏପରି  ଘଟିଛି ଉତ୍ତରପ୍ରଦେଶର  କାନପୁରରେ । ସୂଚନା  ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାସନାଲ  ଗଙ୍ଗା କାଉଂସିଲିଂର ପ୍ରଥମ ବୈଠକରେ ନମାମି ଗଙ୍ଗା ଯୋଜନାର ସ୍ଥିତି ଜାଣିବା ପାଇଁ ଓ ଏଥିରେ ମିଶୁଥିବା ନାଳର ସ୍ଥିତି  ଜାଣିବା ପାଇଁ କାନପୁର ଆସିଥିଲେ ଓ ଗଙ୍ଗା ନଦୀର ସ୍ବଚ୍ଛତାର ସ୍ଥିତି ଜାଣିବା ପାଇଁ ଅଟଳ ଘାଟରେ ପହଞ୍ଚିଥିଲେ। ସେଠାରୁ ପ୍ରଧାନମନ୍ତ୍ରୀ ଡଙ୍ଗାରେ  ବସି  ଗଙ୍ଗାନଦୀର ସ୍ଥିତି ପରଖି ଥିଲେ।

prime minister modi

ଡଙ୍ଗାରେ ବସି ପ୍ରଧାନମନ୍ତ୍ରୀ ସିସାନାଓ ନାଳ ପାଖକୁ  ଯାଇଥିଲେ ସେଠାରେ ଥିବା ସେଲଫି ପଏଣ୍ଟ ଦେଖିଥିଲେ । ପାଖାପାଖଖି ୪୫ ମିନିଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଙ୍ଗା ଘାଟରେ ବିତାଇଥିଲେ।  ଗଙ୍ଗା ନଦୀରେ ନାଆରେ ବସି ଗଙ୍ଗାନଦୀର ସଫା ସୁତରା ପରିବେଶର ଜାଞ୍ଚ କରିଥିଲେ। ପରେ  ଡଙ୍ଗାରୁ ଓହ୍ଲାଇ ଘାଟର  ପାହାଚ ଚଢି ଉପରୁକୁ ଉଠୁଥିଲେ । ସେହି ସମୟରେ ହଠାତ ପାଦ ଖସିଯିବାରୁ ତଳେ ପଡି ଯାଇଥିଲେ ପ୍ରଧାନମନ୍ତ୍ରୀ । ଏହା ଦେଖି  ତାଙ୍କୁ  ଉଠାଇବାକୁ ଜଣେ ସୁରକ୍ଷାକର୍ମୀ ଦୌଡି ମୋଦିଙ୍କ ଆଡକୁ  ଚାଲିଆସିଥିଲେ କିନ୍ତ ତା ପୂର୍ବରୁ ମୋଦି ନିଜେ ଉଠି ସାରିଥିଲେ। ପ୍ରଧାନମନ୍ତ୍ରୀ ପଡିଯିବା ବେଳେ ସେଠାରେ ଥିବା ସମସ୍ତ ଅଫିସରମାନଙ୍କର ମୁଣ୍ଡରେ  ଝାଳ ଆସିଯାଇଥିଲା। କିନ୍ତୁ ସମୟକ୍ରମେ ସବୁ କିଛି  ଓଲଟା ହୋଇଗଲା  ପ୍ରଧାନ ମନ୍ତ୍ରୀ ପହାଚ ଉପରୁ ଉଠି ଗଙ୍ଗାନଦୀ ଘାଟରୁ ନିଜ ଗାଡି ପାଖାକୁ ଆସି  ବିଦାୟ ନେବା ବେଳେ ସମସ୍ତଙ୍କୁ  ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.