Below header

ସ୍କୁଲ ରେସ୍‌ଲିଂରେ ହାରିଗଲା ପୁଅ, ରାଗରେ ପାଚିଗଲେ ବାପା! ଦେଖନ୍ତୁ ଫଟୋ

Barry Lee Jones ନାମକ ବ୍ୟକ୍ତି ଆମେରିକାର ନର୍ଥ କେରୋଲିନାରେ ରୁହନ୍ତି। ତାଙ୍କୁ ନେଇ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖି କେହି କେହି ଏହାର ପ୍ରତିବାଦ କରୁଥିବା ବେଳେ ଆଉ କେହି ଖୁବ୍‌ ମଜା ନେଇଛନ୍ତି।

a44

ଘଟଣାଟି ହେଉଛି, ବେରୀଙ୍କ ପୁଅ ସ୍କୁଲରେ ରେସ୍‌ଲିଂରେ ଭାଗ ନେଇଥିଲା। କିନ୍ତୁ ଏଥିରେ ସେ ହାରିଯାଇଥିଲା। ଏହା ଜାଣିବା ପରେ ଜୋନ୍‌ସ ଏତେ ରାଗିଯାଇଥିଲେ ଯେ ରେସ୍‌ଲିଂରେ ଯେଉଁ ପିଲା ତାଙ୍କ ପୁଅକୁ ହରାଇଥିଲା, ସେ ତାକୁ ଖୁବ୍‌ ମାଡ଼ ମାରିଥିଲେ। ଆଉ ତାହା ବି ସ୍କୁଲ ଭିତରେ।

aaaa2ବେରୀଙ୍କ ଏଭଳି କାରନାମା ପାଇଁ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା। ପରେ ତାଙ୍କୁ ଜାମିନ୍‌ ପାଇଁ ୧୦୦୦ ଡଲାର ଦେବାକୁ ପଡ଼ିଥିଲା, ଯାହାକି ଭାରତୀୟ ମୁଦ୍ରାରେ ୭୧ ହଜାର ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.