ମୃତ ପୁଅକୁ ଜୀବିତ କରିବା ଲାଗି ବାପାର ପ୍ରୟାସ : ୩୮ ଦିନ ଧରି ଠିଆ ହୋଇ ରହିଲେ କବର ପାଖରେ, ତା ପରେ କଣ ହେଲା…

ବିଜୟଓ୍ଵାଡ଼ା : ମୃତ ପୁଅ ପାଇବ ଜୀବନ । ଉଠି ଆସିବ କବର ଭିତରୁ । ଏମିତି ଏକ ଅନ୍ଧବିଶ୍ୱାସ ନେଇ ପୁଅର କବର ପାଖରେ ୩୮ ଦିନ ବିତାଇଛନ୍ତି ଜଣେ ବାପା ତାନ୍ତ୍ରିକ କଥାରେ ପଡ଼ି ଜଣେ ବାପା ତାର ମୃତ ପୁଅର କବର ପାଖରେ ୩୮ ଦିନ ଯାଏ ଠିଆ ହୋଇ ରହିଲେ । ତାନ୍ତ୍ରିକ ଜଣକ ବିଶ୍ୱାସ ଦେଇଥିଲେ ଯେ ଏମିତି କଲେ ପୁଅ ବଞ୍ଚି ଉଠିବ । ଏହାଛଡ଼ା ଆଉ କିଛି ବାଟ ନାହିଁ । ଆଉ ତାକୁ ଅତି ନିଷ୍ଠାର ସହ ପାଳନ କଲେ ବାପା । ଏଇ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶ ନେଲ୍ଲୋର ଅଞ୍ଚଳରେ ।
କାଡପା ଜିଲ୍ଲା କୋଦୁରୁ ଅନ୍ତର୍ଗତ ପେଲତୁର ଗାଁ’ର ଘଟଣା । ଏଠାରେ ଥିବା ଖ୍ରୀଷ୍ଟିଆନ୍‌ଙ୍କ କବରଖାନାରେ ରୁହନ୍ତି ୫୬ ବର୍ଷ ବୟସ୍କ ଥୁପ୍ପାକୁଲା ରାମୁ ନାମକ ବ୍ୟକ୍ତି । ତାଙ୍କର ୨୬ ବର୍ଷ ବୟସ୍କ ପୁଅ ଟି. ଶ୍ରୀନିବାସୁଲୁଙ୍କର ଗତ ମାସ ସ୍ୱାନ୍‌ ଫ୍ଲୁ’ରେ ମୃତ୍ୟୁ ହୋଇ ଯାଇଥିଲା । ୨୦୧୪ରୁ ଶ୍ରୀନୁ ସାଉଦି ଆରବର କୁଏତ୍‌ରେ ଏକ ବେସରକାରୀ କମ୍ପାନୀରେ କାମ କରୁଥିଲେ । ତିନି ମାସ ତଳେ ଘରକୁ ଫେରିବା ପରେ ନିଜେ ଏକ ଅଟୋରିକ୍ସା କିଣି ଚଲାଉଥିଲେ । ହେଲେ ଅଚାନକ ସ୍ୱାଇନ୍‌ ଫ୍ଲୁ’ରେ ଆକ୍ରାନ୍ତ ହୋଇ ତିରୁପତି ସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଗଲା ।

3

ଏଥିରେ ଖୁବ୍‌ ଭାଙ୍ଗି ପଡ଼ିଲେ ବାପା ଥୁପ୍ପାକୁଲା । ଯବାନ୍‌ ପୁଅକୁ ହରାଇବାର ଦୁଃଖ ତାଙ୍କୁ ଅସହ୍ୟ ହେଉଥିଲା । କାରଣ ଶ୍ରୀନୁ ପରିବାରର ଏକମାତ୍ର ରୋଜଗାରିଆ ଥିଲେ । ଏତିକି ବେଳେ ତାଙ୍କୁ ଜୁଟିଗଲେ ଜଣେ ଠକ ତାନ୍ତ୍ରିକ । ଯିଏକି ଥୁପ୍ପାକୁଲାଙ୍କୁ ପରାମର୍ଶ ଦେଲେ ଯେ ଯଦି ସେ ୪୧ ଦିନ ଧରି ପୁଅର କବର ପାଖରେ ଠିଆ ହୋଇ ରହିବେ ତେବେ ପୁଅ ଶ୍ରୀନୁ ପୁଣି ବଞ୍ଚି ଉଠିବ । ତାନ୍ତ୍ରିକ କଥାରେ ମର୍ମାହତ ପିତା ଜଣକ ସେଇଆ କଲେ । ତେବେ ସେ ପ୍ରାୟ ୩୮ ଦିନ ଧରି ଏଭଳି କରିବା ପରେ ପୋଲିସ୍‌ ଖବର ପାଇ ତାଙ୍କୁ ଏଥିରୁ ନିବୃତ୍ତ କରିଥିଲା । ସୂଚନା ମିଳିଛି ଯେ ତାନ୍ତ୍ରିକ ଜଣକ ପୁଅକୁ ବଞ୍ଚାଇ ଦେବା ଲାଗି ତାଙ୍କ ଠାରୁ ୭ ଲକ୍ଷ ଟଙ୍କା ନେଇଛି । ତେବେ ବାପା ଥୁପ୍ପାକୁଲା ତାନ୍ତ୍ରିକ ବିରୋଧରେ ଅଭିଯୋଗ କରିବାକୁ ନାରାଜ । ତାଙ୍କ କହିବା କଥା ହେଛି, ମୁଁ ମୋ ଇଚ୍ଛାରେ ଏ କାମ କରିଛି । ତାନ୍ତ୍ରିକ ମୋତେ ବାଧ୍ୟ କରି ନାହାନ୍ତି । ତେଣୁ ଏହା କୌଣସି ଅପରାଧ ନୁହେଁ ।
ପାଠ ପଢୁଆ ଲୋକ ହେଲେ ବି ଅନ୍ଧବିଶ୍ୱାସରୁ ବର୍ତ୍ତି ନାହାନ୍ତି ଥୁପ୍ପାକୁଲୁ । ତାନ୍ତ୍ରିକ କଥାରେ ପଡ଼ି ପ୍ରୟାସ ସିନା କଲେ । ହେଲେ ଶେଷରେ ନିରାଶ ହେଲେ । କିନ୍ତୁ ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.