Below header

ପାଉଁରୁଟି କାରଖାନାରେ ଅଘଟଣ, ମଇଦା ଓ ଇଷ୍ଟ ସହିତ ଚକଟି ହୋଇଗଲେ ମହିଳା

ମଣିଷ ସହିତ କେତେ ବେଳେ କ’ଣ ଘଟେ, ତାହା କେହି ଜାଣିପାରନ୍ତି ନାହିଁ। ତେଣୁ ସବୁବେଳେ ସତର୍କ ରହିବା ଜରୁରୀ। ଟିକେ ଅସାବଧାନତା ବଡ ବଡ ଦୁର୍ଘଟଣାକୁ ଡାକି ଆଣେ। ଯାହା ଯୋଗୁଁ ମଣିଷର ଜୀବନ ଚାଲିଯାଇପାରେ। ଏମିତି ଅସାବଧାନତା ଯୋଗୁଁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ଆମେରିକାର କ୍ଲୋଟୋଏରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ କର୍ମଚାରୀ ମଇଦା ମିଶାଇବା ମେସିନରେ ପଡି ମୃତ୍ୟୁବରଣ କରିଛନ୍ତି। ମହିଳା ଜଣକ ମେସିନ ଭିତରେ ମଇଦା ଏବଂ ଇଷ୍ଟ ସହିତ ପେଷି ହୋଇଯାଇଛନ୍ତି।

୨୨ ବର୍ଷୀୟ ବିବିୟନା ଅରଲାନୋ ଡେଲବ୍ରୋ ନର୍ଥ କେରୋଲିନା ସ୍ଥିତ ପାଉଁରୁଟି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ବିବିୟନା ଫ୍ୟାକ୍ଟ୍ରିରେ ମଇଦା ମିଶାଇବା ମେସିନରେ କାମ କରନ୍ତି। କିନ୍ତୁ ଘଟଣା ଦିନ ମଇଦା ମିଶାଇବା ମେସିନରେ ନିଜେ ପଡିଯାଇଥିଲେ। ଆଉ ଇଲେକ୍ଟ୍ରିରେ ଚାଲିଥିବା ମେସିନରେ ମଇଦା ସହିତ ମିଶି ପେଷି ହୋଇଯାଇଥିଲେ।

ରିପୋର୍ଟ ମୁତାବକ, ୧୬ ଏପ୍ରିଲ ଦିନ ପ୍ରତିଦିନ ଭଳି କାମ କରିବା ପାଇଁ ଫ୍ରାକ୍ଟ୍ରିକୁ ବାହାରିଥିଲେ ବିବିୟନା। ସେ ମେସିନ ଚଲାଉଥିବା ବେଳେ ଟିକେ ସମସ୍ୟା ଦେଖାଦେଇଥିଲା। ତେଣୁ ସେ ଭିତରକୁ ଯାଇ ଦେଖିବାକୁ ଚେଷ୍ଟା କରିଥିଲେ। ସେ ଦେଖିବା ବେଳେ ହଠାତ୍‌ ତାଙ୍କ ସନ୍ତୁଳନ ହରାଇଲେ ଏବଂ ମେସିନ ଭିତରେ ପଡିଗଲେ। ଏହା ପରେ ମେସିନ ଭିତରେ ଥିବା ମଇଦା ଏବଂ ଇଷ୍ଟ ସହିତ ମହିଳା ଜଣକ ପେଷି ହୋଇଯାଇଥିଲେ। ଏହି ଦୁର୍ଘଟଣା ପରେ ଫ୍ୟାକ୍ଟ୍ରିକୁ ସିଲ୍‌ କରିଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.