କ୍ୟାନ୍ସର ପରେ ବ୍ରେନ୍‌ ଟ୍ୟୁମର…, ଫେମିନା ମିସ୍‌ ଇଣ୍ଡିଆ ତ୍ରିପୁରା ୨୦୧୭ର ବିଜୟିନୀ ରିଙ୍କି ଚକମାଙ୍କ ନିଧନ

ମଡେଲିଂ ଇଣ୍ଡଷ୍ଟ୍ରୀରୁ ଆସିଛି ଏକ ଦୁଃଖଦ ଖବର । ଫେମିନା ମିସ୍‌ ଇଣ୍ଡିଆ ତ୍ରିପୁରା ୨୦୧୭ର ଟାଇଟଲ ବିଜୟିନୀ ରିଙ୍କି ଚକମାଙ୍କ କ୍ୟାନ୍ସରରେ ନିଧନ ହୋଇଛି । ତାଙ୍କୁ ସ୍ତନ କର୍କଟ ହୋଇଥିଲା ।

ମଡେଲିଂ ଇଣ୍ଡଷ୍ଟ୍ରୀରୁ ଆସିଛି ଏକ ଦୁଃଖଦ ଖବର । ଫେମିନା ମିସ୍‌ ଇଣ୍ଡିଆ ତ୍ରିପୁରା ୨୦୧୭ର ଟାଇଟଲ ବିଜୟିନୀ ରିଙ୍କି ଚକମାଙ୍କ କ୍ୟାନ୍ସରରେ ନିଧନ ହୋଇଛି । ତାଙ୍କୁ ସ୍ତନ କର୍କଟ ହୋଇଥିଲା । ୨୦୨୨ରେ ରିଙ୍କି ମ୍ୟାଲେଗାଣ୍ଟ ଫାଇଲୋଡସ୍‌ ଟ୍ୟୁମର ବିଷୟରେ ଜାଣିବାକୁ ପାଇଥିଲେ, ଯାହା ପରେ ସେ ଏହି ରୋଗରୁ ମୁକ୍ତି ପାଇଁ ସର୍ଜରୀ କରାଇଥିଲେ । ହେଲେ ଅନେକ ଚେଷ୍ଟା ସତ୍ତ୍ୱେ କ୍ୟାନ୍ସର ତାଙ୍କ ଫୁସ୍‌ଫୁସ୍‌କୁ ବ୍ୟାପିଥିଲା ଏବଂ ଧୀରେ ଧୀରେ ଏହା ମୁଣ୍ଡ ପର୍ଯ୍ୟନ୍ତ ବଢ଼ିଯାଇଥିଲା । ଶେଷରେ ତାଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଗଲା ।

୩ ଦିନ ପୂର୍ବେ ରିଙ୍କିଙ୍କ ଘନିଷ୍ଠ ସାଙ୍ଗ ତଥା ଫେମିନା ମିସ୍‌ ଇଣ୍ଡିଆ ୨୦୧୭ର ଉପ-ବିଜେତା ପ୍ରିୟଙ୍କା କୁମାରୀ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ ଲାଗି ତାଙ୍କ ମେଡିକାଲ ରିପୋର୍ଟ ସେୟାର କରିଥିଲେ । ଫେବୃୟାରୀ ୨୨ରେ ରିଙ୍କିଙ୍କୁ ସାକେତର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଭେଣ୍ଟିଲେଟରରେ ଥିଲେ । ହେଲେ ଅନେକ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରି ନ ଥିଲା । ସେଠାରେ ସେ ଆଖି ବୁଜିଥିଲେ ।

ସୂଚନାଥାଉ କି, ଚଳିତ ବର୍ଷ ଜାନୁୟାରୀ ୨୭ରେ ରିଙ୍କି ଚକମା ନିଜର ରୋଗକୁ ଲୋକଲୋଚନକୁ ଆଣିଥିଲେ । ହସ୍ପିଟାଲ ବେଡ୍‌ରୁ ସେ ଫଟୋ ସେୟାର କରିଥିଲେ । ପୋଷ୍ଟରେ ରିଙ୍କି କ୍ୟାନ୍ସର ସହ ନିଜର ସଂଗ୍ରାମ ବିଷୟରେ ଜଣାଇଥିଲେ । ଫ୍ୟାନ୍‌ମାନେ ତାଙ୍କ ଆରୋଗ୍ୟ କାମନା କରିଥିଲେ । ଏବେ ରିଙ୍କିଙ୍କ ନିଧନରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଶୋକର ଛାଇ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.