ରୁଷ୍‌ରେ ବଡ଼ ଦୁର୍ଘଟଣା: ଗ୍ୟାସ୍‌ ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ, ୨୫ ଜଣ ଜୀବନ୍ତ ଦଗ୍ଧ, ୬୬ ଆହତ

ରୁଷ୍‌ରେ ବଡ଼ ଧରଣର ଏକ ଦୁର୍ଘଟଣା ଘଟିଛି। ଦକ୍ଷିଣ ରୁଷିଆର ଦାଗେସ୍ତାନରେ ଏକ ଗ୍ୟାସ୍ ଷ୍ଟେସନରେ ଅଗ୍ନିକାଣ୍ଡ ଘଟି ୩ ଶିଶୁଙ୍କ ସମେତ ୨୫ ଜଣଙ୍କ ମୃତ୍ୟୁ ଘଟିଛି।

ରୁଷ୍‌ରେ ବଡ଼ ଧରଣର ଏକ ଦୁର୍ଘଟଣା ଘଟିଛି। ଦକ୍ଷିଣ ରୁଷିଆର ଦାଗେସ୍ତାନରେ ଏକ ଗ୍ୟାସ୍ ଷ୍ଟେସନରେ ଅଗ୍ନିକାଣ୍ଡ ଘଟି ୩ ଶିଶୁଙ୍କ ସମେତ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ସୋମବାର ରାତିରେ ଦାଗେସ୍ତାନର ରାଜଧାନୀ ମାଖଚକାଲାରେ ରାଜପଥରେ ପାର୍ଶ୍ୱରେ ଥିବା ଏକ କାର୍‌ ସର୍ଭିସ୍‌ ସେଣ୍ଟରରେ ପ୍ରଥମେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣ କାରଣରୁ ନିଆଁ ପାଖ ଗ୍ୟାସ ଷ୍ଟେସନକୁ ବ୍ୟାପିଯାଇଥିଲା।

ରୁଷ୍‌ର ଡେପୁଟି ସ୍ୱାସ୍ଥ୍ୟମନ୍ତ୍ରୀ ଭ୍ଲାଦିମିର୍‌ ଫିସେଙ୍କୋଙ୍କ ସୂଚନା ଅନୁସାରେ, ଆହତଙ୍କ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୬୦୦ ବର୍ଗ ମିଟର (୭୧୫ ବର୍ଗ ଗଜ) ଅଞ୍ଚଳରେ ବ୍ୟାପିଥିବା ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ମାଖଚକାଲାରେ ଗ୍ଲୋବସ୍ ସପିଂ ସେଣ୍ଟର ନିକଟସ୍ଥ ଏକ କାର ସର୍ଭିସ୍‌ ସେଣ୍ଟରରେ ପ୍ରଥମେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ଏଥିରେ ୧୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଏବଂ ୫୦ ଜଣ ଆହତ ହୋଇଥିଲେ। କିନ୍ତୁ ପରେ ମୃତକଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୬୬ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.