ବିମାନ ଯାତ୍ରା ବେଳେ ଦୁଇଜଣ ଯାତ୍ରୀ ମୁହଁରୁ କାଢ଼ିଦେଲେ ମାସ୍କ, ତା’ପରେ ଯାହା ହେଲା ଦେଖନ୍ତୁ ଏହି ଭିଡିଓରେ

ଏମ୍ସଟ୍‌ରଡମ : କରୋନାକୁ ନେଇ ଏବେ ସବୁଠି ଆତଙ୍କ । ମାସ୍କ ପିନ୍ଧିବା ପାଇଁ କଡ଼ାକଡ଼ି ନିୟମ କରାଯାଇଛି । ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା କେତେ ଜରୁରୀ ତାହା ଏହି ଭିଡିଓକୁ ଦେଖିବା ପରେ ଆପଣ ବୁଝିଯିବେ ।

ଘଟଣାଟି ଥିଲା ଏମିତି । ନେଦରଲାଣ୍ଡ ରାଜଧାନୀ ଏମ୍ସଟ୍‌ରଡମ ରୁ ସ୍ପାନିଶ୍‌ ଆଇଲାଣ୍ଡ୍‌ ଇବିଜାକୁ ଉଡାଣ ଭରିଥିବା କେଏଲ୍‌ଏମ୍‌ ବିମାନରେ ମାସ୍କକୁ ନେଇ ହୋଇଛି ଜବରଦସ୍ତ ହଙ୍ଗାମା । ବିମାନ ଭିତରେ ଥିବା ଜଣେ ବ୍ୟକ୍ତି ମାସ୍କ ଲଗାଇ ନଥିଲେ । ଅନ୍ୟ ଯାତ୍ରୀମାନେ କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ତାଙ୍କୁ ମାସ୍କ ଲଗାଇବାକୁ କହିଥିଲେ । ହେଲେ ଉକ୍ତ ବ୍ୟକ୍ତି ଯାତ୍ରୀମାନଙ୍କ କଥାକୁ ଧ୍ୟାନ ଦେଇ ନଥିଲେ ।

 

ଉକ୍ତ ଯାତ୍ରୀଙ୍କ ଅନ୍ୟ ଜଣେ ବନ୍ଧୁ ମଧ୍ୟ ମାସ୍କ ପିନ୍ଧି ନଥିଲେ । ମାସ୍କ ପିନ୍ଧି ନଥିବା ଏହି ଦୁଇଜଣ ବନ୍ଧୁ କାଫି ସମୟ ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ସହ ଯୁକ୍ତ କରିଥିଲେ । ପରେ ଏହି କଥା ପାଇଲଟ୍‌ଙ୍କ କାନକୁ ଦିଆଗଲା । ପାଇଲଟ୍‌ ମଧ୍ୟ ଉକ୍ତ ଦୁଇ ବନ୍ଧୁଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କଲେ । ହେଲେ ଦୁହେଁ ମାସ୍କ ନ ପିନ୍ଧିବା ଜିଦ୍‌ରେ ଅଡ୍ଡି ରହିଲେ । ଏହାକୁ ନେଇ କଥା କଟାକଟି ଓ ତା’ପରେ ବିମାନଟା ହୋଇଗଲା ଯୁଦ୍ଧ କ୍ଷେତ୍ର ।

ଅନ୍ୟ ଯାତ୍ରୀମାନେ ମିଶି ମାସ୍କ ପିନ୍ଧି ନଥିବା ଉକ୍ତ ଦୁଇ ଜଣଙ୍କୁ ମନ ଭରି ପିଟାଇ କଲେ । କିଛି କ୍ଷଣ ପାଇଁ ବିମାନଟି ରଣ କ୍ଷେତ୍ର ପାଲଟିଗଲା । ଶେଷରେ ଉକ୍ତ ଦୁଇ ଯାତ୍ରୀଙ୍କୁ ଅନ୍ୟ ଯାତ୍ରୀମାନେ କାବୁ କରିଦେଲେ । ବିମାନ ଇବାଜାରେ ଅବତରଣ କରିବା କ୍ଷଣି ଉକ୍ତ ଦୁଇ ଯାତ୍ରୀଙ୍କୁ ପୋଲିସ୍‌ରେ ଜିମା ଦିଆଗଲା । କେଏଲ୍‌ଏମ୍‌ ଏୟାରଲାଇନ୍ସ ବିମାନରେ ମାସ୍କ ପିନ୍ଧିବା ଜରୁରୀ କରିଥିଲେ ।

ହେଲେ ଉକ୍ତ ଯାତ୍ରୀ ଦ୍ୱୟ ବିମାନରେ ବସିବାର କିଛି କ୍ଷଣ ପରେ ମାସ୍କ କାଢ଼ି ଦେଇଥିଲେ । ପରେ ଜଣା ପଡ଼ିଲା ଯେ ଉକ୍ତ ଯାତ୍ରୀ ଦ୍ୱୟ ଇଂଲଣ୍ଡରେ ରୁହନ୍ତି । ଯାତ୍ରା ସମୟରେ ପ୍ରଚୁର ମଦ ପିଇଥିଲେ । ବିମାନ ଭିତରେ ମାର୍‌ପିଟ୍‌ ର ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଆସିବା ପରେ ବେଶ୍‌ କୈାତୁହଳ ପ୍ରକାଶ ପାଇଛି । ଲୋକେ ଏହାକୁ ଦେଖି ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.