Below header

“ଆଖି ବନ୍ଦ କର, ମୁଁ ସରପ୍ରାଇଜ ଦେବି” କହି ଭାବି ସ୍ୱାମୀଙ୍କ ଗଳା କାଟିଲେ ଯୁବତୀ

ଆନ୍ଧ୍ର ପ୍ରଦେଶରେ ଏକ ଲୋମଟାଙ୍କୁରୀ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଅନକାପାଲ୍ଲୀ ଜିଲ୍ଲାର ପୁଷ୍ପା ନାମକ ଜଣେ ମହିଳା ନିଜ ଭାବି ସ୍ୱାମୀ ରାମଙ୍କୁ ସରପ୍ରାଇଜ ଦେବା ବାହାନାରେ ଡାକି ନିଜ ଭାବି ସ୍ୱାମୀଙ୍କ ଗଳା କାଟି ତାଙ୍କୁ ଗଭୀର ଭାବେ ଆଘାତ ପହଞ୍ଚାଇଛନ୍ତି । ଆଉ ଏବେ ଆହତ ଯୁବକ ଜଣଙ୍କ ହସ୍ପିଟାଲରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି | ପ୍ରକୃତରେ ପୁଷ୍ପାଙ୍କ ବିବାହ ଆସନ୍ତା ମେ ୨୦ ତାରିଖରେ ରାମ ନାଇଡୁଙ୍କ ସହିତ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଥିଲା । ପୋଲିସର କହିବା ଅନୁଯାୟୀ ଗିରଫ ହୋଇଥିବା ଯୁବତୀ ଜଣଙ୍କ ରାମଙ୍କୁ ବିବାହ କରିବାକୁ ଚାହୁଁନଥିଲେ ।

ପୋଲିସର କହିବା ଅନୁଯାୟୀ ଆହତ ରାମ ନାଇଡୁଙ୍କ ଘର ହେଉଛି ମାଡ଼ାଗୁଲ୍ଲା ଅଂଚଳରେ । ତାଙ୍କ ବିବାହ ରବିକାମାତମ ଗାଁର ବି. ପୁଷ୍ପା ନାମକ ଜଣେ ଯୁବତୀଙ୍କ ସହିତ ସ୍ଥିର ହୋଇଥିଲା । ଆଉ ଏହି ନିକଟରେ ସେମାନଙ୍କ ନିର୍ବନ୍ଧ ବି ହୋଇଥିଲା । ଆଉ ଯାହା ପରେ ଆଗକୁ ହେବାକୁ ଥିବା ବିବାହ ପାଇଁ ଘର ଲୋକମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ରାମ ନାଇଡୁ ହାଇଦରାବାଦର ସିଏସଆଇଆରରେ କାର୍ଯ୍ୟରତ ଅଛନ୍ତି । ଘଟଣା ଦିନ ନିଜ ଭାବି ସ୍ତ୍ରୀଙ୍କ ସହିତ ଦେଖା କରିବାକୁ ଅନକାପଲ୍ଲୀ ଯାଇଥିଲେ । ସେଠାରେ ଦୁହେଁ ଖୁବ ସପିଙ୍ଗ ବି କରିଥିଲେ । ଆଉ ଏହା ପରେ ବାହାନା କରି ପୁଷ୍ପା ନିଜ ସାଙ୍ଗ ମାନଙ୍କ ସହ ଦେଖା କରେଇବା ପାଇଁ ରାମଙ୍କୁ ଏକ ପାହାଡିଆ ସ୍ଥାନକୁ ନେଇ ଯାଇଥିଲେ ।

ପୋଲିସ ଏହା ମଧ୍ୟ କହିଛନ୍ତିଯେ ପୁଷ୍ପା ନିଜ ଭାବି ସ୍ୱାମୀଙ୍କୁ ଅମରାପୁରୀର ଏକ ପାହାଡିଆ ଅଂଚଳକୁ ନେଇ ଯାଇଥିଲେ । ଯେଉଁଠି ଏଦୁହେଁ ଏକ ଘଣ୍ଟାରୁ ଅଧିକ ସମୟ କାଟିଥିଲେ | ଆଉ ଏହା ପରେ ଆଖି ବନ୍ଦ କରିବାକୁ କହି ରାମଙ୍କ ଗଳାରେ ଛୁରୀ ଚଳେଇ ଦେଇଥିଲେ । ଆଉ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ | ଧାରୁଆ ଛୁରୀର ଆଘାତରେ ରାମ ଗଭୀର ଭାବରେ ଆହତ ହୋଇଛନ୍ତି । ଗଭୀର ଭାବେ ଆହତ ହେବା ପରେ ବି ରାମ ୧୦୮କୁ ଫୋନ କରି ଆମ୍ବୁଲାନ୍ସ ଡାକିଥିଲେ । ଆଉ ଏହା ପରେ ନିଜ ଲୋକଙ୍କୁ ସୂଚନା ଦେଇଥିଲେ । ପୋଲିସର କହିବା ଅନୁଯାୟୀ ପୁଷ୍ପା ପ୍ରଥମେ ପ୍ରଥମେ ଏହାକୁ ଏକ ଦୁର୍ଘଟଣାର ଆଖ୍ୟା ଦେଉଥିଲେ ମଧ୍ୟ ପରେ ନିଜ ଦୋଷ ସ୍ୱୀକାର କରିଛନ୍ତି । ଏହାସହ ଘଟଣାରେ ବ୍ୟବହାର ହୋଇଥିବା ଛୁରୀକୁ ବି ଜବତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.