ଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ଦ୍ଦେଶର ୨ ଘଣ୍ଟା ପରେ ଜାହାଙ୍ଗିରପୁରୀ ଅଟକିଲା ବୁଲଡୋଜର

କେନ୍ୟୁଜ୍(ବ୍ୟୁରୋ):  ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଅଟକିଲା ବୁଲଡୋଜର । ଦିଲ୍ଲୀ ଜାହାଙ୍ଗିରପୁରୀ ମସଜିଦ୍‌ ନିକଟରେ ଥିବା ଦୋକାନ ଓ ଅନ୍ୟ ବେଆଇନ୍‌ ନିର୍ମାଣ ଭାଙ୍ଗିବା ଆରମ୍ଭ କରିଥିଲା ବୁଲଡୋଜର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପହଞ୍ଚିବା ପରେ ଅଟକିଲା ଉଛେଦ। ଉଛେଦ ଉପରେ ରୋକ ଲଗାଇବାକୁ ଆବେଦନ ହୋଇଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ୨ ଘଣ୍ଟା ପର୍ଯ୍ୟନ୍ତ ଉଛେଦ ଚାଲିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପହଞ୍ଚି ନଥିବା ଆଳ ଦେଖାଇଥିଲେ ନର୍ଥ ଦିଲ୍ଲୀର ମେୟର । ଗତ ସୋମବାର ଜାହାଙ୍ଗିରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଏକ ମସଜିଦ୍‌ ନିକଟରେ ସାଂପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା।

ସଂପୃକ୍ତ ଅଞ୍ଚଳରେ ବେଆଇନ୍‌ ନିର୍ମାଣ ଉଛେଦ ପାଇଁ ନିର୍ଦ୍ଦେଶ ହୋଇଥିଲା । ଆଜି ସକାଳେ ବେଆଇନ୍‌ ନିର୍ମାଣ ଉଛେଦ ପାଇଁ ୯ଟି ବୁଲଡୋଜର ପହଞ୍ଚଥିଲା। ଦିଲ୍ଲୀ ମେୟର ଏହାକୁ ରୁଟିନ୍‌ କାର୍ଯ୍ୟ କହୁଛନ୍ତି । ତେବେ ଏହା ଉଦ୍ଦେଶ୍ୟମୂଳକ ଉଛେଦ ବୋଲି ଅଭିଯୋଗ ହୋଇଛି। ଉଛେଦ ପାଇଁ ନୋଟିସ ଦିଆଯାଇନଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୂର୍ବରୁ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ସାଂପ୍ରଦାୟିକ ହିଂସା ପରେ ସମାନ ଧରଣର ଉଛେଦ ହୋଇଥିଲା। ଗୋଟିଏ ସଂପ୍ରଦାୟକୁ ଟାର୍ଗେଟ୍‌ କରାଯାଉଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.