ମଇଁଷି ସହ ବନ୍ଦେ ଭାରତ ଟ୍ରେନ୍ ଧକ୍କା ଘଟଣା, ମାଲିକ ନାଁରେ ଏଫ୍ଆଇଆର

ଅହମଦାବାଦ : ବନ୍ଦେ ଭାରତ ଟ୍ରେନ୍ ଦୁର୍ଘଟଣା ପରେ ମଇଁଷି ମାଲିକଙ୍କ ନାଁରେ ଏତଲା । ମୁମ୍ବାଇ ଓ ଗାନ୍ଧୀନଗର ମଧ୍ୟ ଆରମ୍ଭ ହୋଇଥିବା ବନ୍ଦେ ଭାରତ ରେଳ ସେବାକୁ ଖୁବ୍ ସ୍ୱାଗତ କରାଯାଇଥିବା ବେଳେ ଗତକାଲି ସକାଳେ ଅହମଦାବାଦ ଠାରେ ରେଳ ଧାରଣା ଉପରକୁ ଅଚାନକ ଚାଲି ଆସିଥିବା ଦଳେ ମଇଁଷିଙ୍କ ସହ ଏହାର ଧକ୍କା ହୋଇଥିଲା । ଏଥିରେ ଟ୍ରେନ୍ଟି କ୍ଷତିଗ୍ରସ୍ତ ହୋଇଛି । ମୁମ୍ବାଇ ଠାରେ ଏହାର ମରାମତି କରାଯାଉଛି । ଦୁର୍ଘଟଣାରେ ୪ଟି ମଇଁଷିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବେ ରେଳ ନିୟମ ଅନୁସାରେ ମଇଁଷି ମାଲିକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଆଉ ଏହାର ମାଲିକକୁ ଖୋଜା ଚାଲିଛି ।