ଆନ୍ଧ୍ରପ୍ରଦେଶରେ କୁକୁର ଉପରେ FIR, ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କର ଚିରିଥିଲା ପୋଷ୍ଟର

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ପୋଷ୍ଟର ଚିରିବାକୁ ନେଇ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଏକ କୁକୁର ବିରୋଧରେ ଅଭିଯୋଗ ଆଣିଛନ୍ତି।

କୁକୁର ଉପରେ ଏଫ୍‌ଆଇଆର୍‌। ଆନ୍ଧ୍ରପ୍ରଦେଶରେ ଏଭଳି ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ପୋଷ୍ଟର ଚିରିବାକୁ ନେଇ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଏକ କୁକୁର ବିରୋଧରେ ଅଭିଯୋଗ ଆଣିଛନ୍ତି।

ଏକ ଭିଡିଓ ସାମ୍ନାକୁ ଆସିବା ପରେ ନେତା ଜଣକ ଏହି ଏଫ୍ଆଇଆର୍ ଦାଖଲ କରିଛନ୍ତି। ଭିଡିଓରେ କୁକୁର ପୋଷ୍ଟର ଚିରୁଥିବାର ଦେଖିବାକୁ ମିଳୁଛି। କହି ରଖୁଛୁ, ଏହି ଘଟଣା ବିଜୟୱାଡାରେ ଘଟିଛି। ଏଠାରେ ରାସ୍ତା କଡ଼ରେ ସିଏମଙ୍କ ପୋଷ୍ଟର ଲାଗିଥିଲା, ଯାହାକୁ ଏକ କୁକୁର ଚିରୁଥିବାର ନଜର ଆସିଥିଲା।

ଟିଡିପି ନେତା ଦସାରୀ ଉଦୟ କୁକୁର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏ ସବୁ ଜାଣିଶୁଣି କରାଯାଇଛି। ପ୍ରକୃତ ଅପରାଧୀ ଅନ୍ୟ କେହି ଏବଂ ତାଙ୍କୁ ଗିରଫ କରି ଦଣ୍ଡ ଦେବା ପାଇଁ ମୁଁ ଏହି ପଦକ୍ଷେପ ନେଇଛି। ପୋଲିସ କୁକୁର ଏବଂ ଏହାର ମାଲିକଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.