Below header

ମଦ ଦୋକାନରେ ନିଆଁ ଲାଗି ୫ କୋଟି ଟଙ୍କାର ସାମଗ୍ରୀ ନଷ୍ଟ

ଗୁରୁଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅଗ୍ନିକାଣ୍ଡରେ ଜଳିଯାଇଛି ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି । ରବିବାର ସକାଳେ ଘଟିଛି ଏହି ଘଟଣା । ଏକ ମଦ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ବୋଲି ଆକଳନ କରାଯାଇଛି ।

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅଗ୍ନିକାଣ୍ଡରେ ଜଳିଯାଇଛି ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି । ରବିବାର ସକାଳେ ଘଟିଛି ଏହି ଘଟଣା । ଏକ ମଦ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ବୋଲି ଆକଳନ କରାଯାଇଛି ।

ଗୁରୁବାର ସକାଳେ ଗୋଲ୍ଫ କୋର୍ସ ରୋଡସ୍ଥିତ ସେକ୍ଟର-୫୫ରେ ଥିବା ଏକ ମଦ ଦୋକାନରେ ହଠାତ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପୀ ଯାଇଥିଲା । ନିଆଁକୁ ଆୟତ୍ତ କରି ନପାରି କର୍ମଚାରୀମାନେ ଭୟରେ ଏଣେତେଣେ ଦୌଡ଼ି ପଳାଇଥିଲେ।

ଅଘଟଣ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ମଦ ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାଯାଇଛି । ତେବେ ସର୍ଟ ସର୍କିଟରୁ ଏପରି ଅଘଟଣ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ପ୍ରାଥମିକ ତଦନ୍ତରୁ କ୍ଷୟକ୍ଷତିର ପରିମାଣ ପ୍ରାୟ ୫ କୋଟି ହେବ ବୋଲି ଆକଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.