କର୍ଣ୍ଣାଟକ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଗୁରୁବାର, ଯୋଗଦେବେ ଗାନ୍ଧୀ ପରିବାର

କର୍ଣ୍ଣାଟକ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ହେବ ଗୁରୁବାର । ଏହି ଦିନ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ଶପଥ ଗ୍ରହଣ କରିବେ। କଂଗ୍ରେସ ହାଇକମାଣ୍ଡ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବେ ତାହା ଜଣାପଡି ନଥିଲେ ବି ଗୁରୁବାର ଦିନ ଶପଥ ଗ୍ରହଣ ସମାରୋହ ହେବ ବୋଲି ସୂଚନା ମିଳିଛି।

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ହେବ ଗୁରୁବାର । ଏହି ଦିନ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ଶପଥ ଗ୍ରହଣ କରିବେ। କଂଗ୍ରେସ ହାଇକମାଣ୍ଡ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବେ ତାହା ଜଣାପଡି ନଥିଲେ ବି ଗୁରୁବାର ଦିନ ଶପଥ ଗ୍ରହଣ ସମାରୋହ ହେବ ବୋଲି ସୂଚନା ମିଳିଛି।

ଗାନ୍ଧୀ ପରିବାର ସହ ଜାତୀୟ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି। ଏହାସହ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କଂଗ୍ରେସ ସମଭାବାପନ୍ନ ଦଳକୁ ନିମନ୍ତ୍ରଣ ପଠାଇଛି।

ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ତିନିଜଣ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରିଛି। ତିନିଜଣ ପର୍ଯ୍ୟବେକ୍ଷକ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ପୂର୍ବତନ ସାଧାରଣ ସମ୍ପାଦକ ଦୀପକ ବାୱରିଆ ଏବଂ ବର୍ତ୍ତମାନର ସାଧାରଣ ସମ୍ପାଦକ ଭୱର ଜିତେନ୍ଦ୍ର ସିଂ।

କଂଗ୍ରେସ ଆଜି ବେଙ୍ଗାଲୁରୁରେ ନୂତନ ନିର୍ବାଚିତ ବିଧାୟକଙ୍କ ବୈଠକ ଡ଼କାଇଛି । ପର୍ଯ୍ୟବେକ୍ଷକମାନେ ବିଧାୟକଙ୍କଠାରୁ ମତ ନେଇ ଦଳର ହାଇକମାଣ୍ଡଙ୍କ ପାଖରେ ରିପୋର୍ଟ ଦାଖଲ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.