ମହାରାଷ୍ଟ୍ର: ଡେମୁ ଟ୍ରେନ୍ର ୫ଟି ବଗିରେ ଲାଗିଲା ନିଆଁ
ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ୱାଲୁଞ୍ଜ ନିକଟରେ ଏକ ଡେମୁ ସ୍ୱତନ୍ତ୍ର ଟ୍ରେନ୍ (ଡିଜେଲ୍-ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍)ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣା ସୋମବାର ଅପରାହ୍ନରେ ଅହମ୍ମଦନଗର ଏବଂ ନାରାୟଣପୁର ଷ୍ଟେସନ ମଧ୍ୟରେ ଘଟିଛି। ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଅପରାହ୍ନ ୩ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି।

୮ କୋଚ୍ ବିଶିଷ୍ଟ ଡେମୁ ଟ୍ରେନର ୫ଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ସିପିଆରଓ ମଧ୍ୟ-ରେଲେଓ୍ଵ ଦୁର୍ଘଟଣା ସମ୍ପର୍କରେ ଅପ୍ଡେଟ ଜାରି କରି କହିଛି ଯେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ। ରେଲେଓ୍ଵ ଅଧିକାରୀ କହିଛନ୍ତି, ନିଆଁ ଲାଗିବା ମାତ୍ରେ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ରେଳ କର୍ତ୍ତୃପକ୍ଷ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଡକାଇଥିଲେ। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ନିଆଁ ଲାଗିବାର କାରଣ ଜଣା ପଡିନାହିଁ।
ଏହାପୂର୍ବରୁ ଏମିତି ହିଁ ଏକ ଘଟଣା ଏପ୍ରିଲ ୨୩ରେ ସାମ୍ନାକୁ ଆସିଥିଲା। ରତଲାମ୍ରୁ ଇନ୍ଦୋର ଯାଉଥିବା ଏକ ଡେମୁ ଟ୍ରେନ୍ରେ ନିଆଁ ଲାଗିଥିଲା। ଟ୍ରେନ୍ରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ବଗିରୁ ଓହ୍ଲାଇ ପଡ଼ିଥିଲେ।
#WATCH | Maharashtra | Five coaches of an 8-coach DEMU train caught fire at 3 pm between Ahmednagar and Narayanpur stations. No injuries or death reported as all passengers debaorded the train when it caught fire. No person is trapped inside the burning coaches. Firefighters are… https://t.co/wt64nR3zVb pic.twitter.com/GE8P4CF1Q2
— ANI (@ANI) October 16, 2023