ଦିନରେ ଜବତ ରାତିରେ ଚାଲାଣ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ବେଗୁନିଆ ଆଇଆଇସି

ବେଗୁନିଆ ଥାନା ଅଧିକାରୀଙ୍କ ସ୍ଥାନରେ ବୋଲଗଡ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ତୁରନ୍ତ କାର୍ଯ୍ଯରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଏସ୍ ପି ସିଦ୍ଧାର୍ଥ କଟେରିଆ।

କେନ୍ୟୁଜ୍(ବ୍ୟୁରୋ): ବଦଳିଲେ ବେଗୁନିଆ ଥାନା ଅଧିକାରୀ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କ ବଦଳି। ବିଶ୍ବଜିତଙ୍କୁ ଖୋର୍ଦ୍ଧା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶରେ ଏହି ବଦଳି କରାଯାଇଛି। ବିଶ୍ବଜିତଙ୍କ ସ୍ଥାନରେ ବୋଲଗଡ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ତୁରନ୍ତ କାର୍ଯ୍ଯରେ ଯୋଗଦେବାକୁ ନିର୍ଦେଶ ଦେଇଛନ୍ତି ଏସପି।

ବେଗୁନିଆ ଥାନାରେ ରାତିଅଧିଆ ବାଣ ସହିତ ମଦ ଚାଲାଣ ଘଟଣାରେ ବିବାଦୀୟ ହୋଇପଡ଼ିଥିଲେ ବିଶ୍ବଜିତ ରାଉତରାୟ। ଗତକାଲି ଏଥିରେ ପ୍ରତ୍ୟକ୍ଷ ସଂପୃକ୍ତ ଜଣେ ହୋମଗାର୍ଡ ଗିରଫ ହୋଇଥିବା ବେଳେ ଆଜି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଶ୍ବଜିତ ରାଉତରାୟଙ୍କ ସହ ଅନ୍ୟ ୬ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ବଦଳି କରାଯାଇଛି। ଗତକାଲି ବେଗୁନିଆ ଥାନାର ଏହି କେଳେଙ୍କାରୀ ଲୋକଲୋଚନକୁ ଆସିଥିବା ବେଳେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।