ଦିଲ୍ଲୀର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ: ୩୦ଟି ଦମକଳ ଗାଡି ନିୟୋଜିତ, ୬ କର୍ମଚାରୀ ଆହତ

ନୂଆଦିଲ୍ଲୀ ସେକ୍ଟର-୬ରେ ଥିବା ବଓ୍ଵାନା କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍ଗର ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳରେ ୩୦ଟି ଦମକଳ ଗାଡି ନିୟୋଜିତ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ଯାଇ ୬ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି ।

ଦିଲ୍ଲୀର ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ସେକ୍ଟର-୫ ସ୍ଥିତ ଫ୍ୟାକ୍ଟ୍ରିରେ ରାତିରେ ନିଆଁ ଲାଗିବା ଯୋଗୁଁ ଘଟଣା ସ୍ଥଳରେ ୩୦ ଦମକଳ ଗାଡି ନିୟୋଜିତ ରହିଛି । ଘଟଣାରେ ୬ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରିନାହିଁ ।

ଖବର ମୁତାବକ, ନୂଆଦିଲ୍ଲୀ ସେକ୍ଟର-୬ରେ ଥିବା ବଓ୍ଵାନା କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳରେ ୩୦ଟି ଦମକଳ ଗାଡି ନିୟୋଜିତ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ଯାଇ ୬ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ଏକ ବଡ ଖୁମ୍ବ ପଡିବା ଯୋଗୁଁ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମହର୍ଷି ବାଲ୍ମୀକ ହସପିଟାଲରେ ଭର୍ତ୍ତି କରାଯାଇଛି । ୩ ମହଲା ବିଶିଷ୍ଟ ଫ୍ୟାକ୍ଟ୍ରିରେ କେମିକାଲ ପ୍ରସ୍ତୁତ କରାଯାଉଥିଲା । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନି । ତେବେ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ, ସିଭିଲ ଡିଫେନ୍ସ, ସ୍ଥାନୀୟ ପ୍ରଶାସନ ଏବଂ ଦିଲ୍ଲୀ ପୋଲିସର ଯବାନ ଉପସ୍ଥିତ ରହିଛନ୍ତି ।

ଦିଲ୍ଲୀ ଗାନ୍ଧି ନଗର ମାର୍କେଟରେ ଥିବା ଏକ ପ୍ଲାଏ ଦୋକାନରେ ନିଆଁ ଲାଗିଥିଲା । ଦିଲ୍ଲୀର ଦମକଳ ବାହିନୀର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ୨୧ଟି ଗାଡି ଘଟଣା ସ୍ଥଳରେ ରହିଥିଲା । ଅଗ୍ନିଶମ ଅଧିକାରୀ ରାଜେନ୍ଦ୍ର କହିଛନ୍ତି, ନିଆଁ ପ୍ରଥମେ ଏକ ପ୍ଲାଏବୋର୍ଡ ଦୋକାନରେ ଲାଗିଥିଲା । ସେଠାରୁ ଅନ୍ୟଆଡେ ବ୍ୟାପିଥିଲା । ମାର୍କେଟଟି ଜନଗହଳିପୂର୍ଣ୍ଣ ହୋଇଥିବାରୁ ନିଆଁକୁ ଆୟତ୍ତ କରିବାକୁ କଷ୍ଟକର ହେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.