ନବଜାତ ଶିଶୁ ପେଟ ତଳକୁ କରି ଶୋଇବା ହୋଇଥାଏ ଲାଭଦାୟକ , ଜାଣନ୍ତୁ କେତେ ବର୍ଷର ଶିଶୁ କେତେ ସମୟ ଶୋଇବା ଉଚିତ୍‌

ପେଟ ତଳକୁ କରି ଶୋଇବା ଶିଶୁର ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ । ଶିଶୁଟି ସେହି ସମୟରେ ପେଟ ତଳକୁ କରି ଶୋଇବା ଉଚିତ୍‌ ଯେଉଁ ସମୟରେ ସେ ଜାଗ୍ରତ ଥାଏ । ଶିଶୁଟି ଏମିତି ଶୋଇବା ଦ୍ୱାରା ଶିଶୁର ସାମଗ୍ରିକ ସ୍ୱାସ୍ଥ୍ୟ ବିକାଶ ହେବା ସହ ବୁଦ୍ଧି ତୀକ୍ଷ୍ଣ ହୋଇଥାଏ ।

ନବଜାତ ଶିଶୁ ଜନ୍ମ ସମୟରେ ବହୁତ ଦୁର୍ବଳ ହୋଇଥାନ୍ତି । ଶିଶୁର ଭଲ ଅଭିବୃଦ୍ଧି ପାଇଁ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍‌ । ଯେପରି ନବଜାତ ଶିଶୁ ପାଇଁ ଠିକ୍ ସମୟରେ ଖାଦ୍ୟ ଖୁଆଇବା, ଗାଧୋଇ ଦେବା ଓ ତାଙ୍କ ସହ ଖେଳିବା ଜରୁରୀ ହୋଇଥାଏ । ସେହିପରି ପେଟ ତଳକୁ କରି ଶିଶୁକୁ ଶୋଇବା ମଧ୍ୟ ଶିଶୁର ବିକାଶରେ ସାହାଯ୍ୟ କରିଥାଏ । କିଛି ଶିଶୁ ଏମିତି ଅଛନ୍ତି ଯେଉଁମାନେ ନିଜେ ନିଜେ ପେଟ ତଳକୁ କରି ଶୋଇଯାଆନ୍ତି । ହେଲେ କିଛି ଶିଶୁ ପେଟ ତଳକୁ କରି ଶୋଇନଥାନ୍ତି, ସେହି ଶିଶୁଙ୍କୁ ପେଟ ତଳକୁ କରି ଶୁଆଇବାକୁ ଚେଷ୍ଟା କରିବା ଉଚିତ୍‌ । କୁହାଯାଏ ଏହି ପରି ଶୋଇବା ଦ୍ୱାରା ଶିଶୁର ସାମଗ୍ରିକ ସ୍ୱାସ୍ଥ୍ୟ ବିକାଶ ହେବ ଓ ବୁଦ୍ଧି ତୀକ୍ଷ୍ଣ ହେବାରେ ସାହାଯ୍ୟ କରିଥାଏ ।

baby

ଶିଶୁ ପାଇଁ କାହିଁକି ଜରୁରୀ ହୋଇଥାଏ ପେଟ ତଳକୁ କରି ଶୋଇବା :
ପେଟ ତଳକୁ କରି ଶୋଇବା ଶିଶୁର ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ । ଶିଶୁଟି ସେହି ସମୟରେ ପେଟ ତଳକୁ କରି ଶୋଇବା ଉଚିତ୍‌ ଯେଉଁ ସମୟରେ ସେ ଜାଗ୍ରତ ଥାଏ । ଶିଶୁଟି ଏମିତି ଶୋଇବା ଦ୍ୱାରା ଶିଶୁର ସାମଗ୍ରିକ ସ୍ୱାସ୍ଥ୍ୟ ବିକାଶ ହେବା ସହ ବୁଦ୍ଧି ତୀକ୍ଷ୍ଣ ହୋଇଥାଏ । ଏହି କାରଣରୁ ଶିଶୁର ଗତିବିଧି ମଧ୍ୟ ଠିକ୍‌ ରହିଥାଏ ।

ଆମେରିକା ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଚାଇଲ୍ଡ ହେଲ୍ଥ ଓ ହୁମ୍ୟାନ ଡେଭଲପମେଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଶିଶୁ ପାଇଁ ପେଟ ତଳକୁ କରି ଶୋଇବା ଜରୁରୀ ହୋଇଥାଏ । ଏହା ଦ୍ୱାରା ବେକ ଓ କାନ୍ଧର ମାଂସପେଶୀର ବିକାଶ ହୋଇଥାଏ । ଏଥି ସହ ଗୋଡ, ହାତ ଓ ଶରୀର ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ ।

ଶିଶୁକୁ ଫ୍ଲାଟ ହେଡ ସିଣ୍ଡ୍ରୋମ ହେବାର ବିପଦ ମଧ୍ୟ କମ ରହିଥାଏ । ଏହା ଦ୍ୱାରା ଶିଶୁର ଶରୀରକୁ ଶକ୍ତି ମିଳିଥାଏ । ଶିଶୁଟିର ସମ୍ବେଦନଶୀଳ ବିକାଶ ହୋଇଥାଏ । ଏହା ମସ୍ତିଷ୍କ ଓ ଶରୀରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଶିଶୁ କେତେ ସମୟ ପେଟ ତଳକୁ କରି ଶୋଇବା ଉଚିତ୍‌ :
ପ୍ରଥମେ ପ୍ରଥମେ ଶିଶୁକୁ ମାତ୍ର ୩ ରୁ ୫ ମିନିଟ୍‌ ପର୍ଯ୍ୟନ୍ତ ପେଟ ତଳକୁ କରି ଶୁଆଇବା ଉଚିତ । ଯେପରି ଧିରେ ଧିରେ ଶିଶୁର ବିକାଶ ହେବାକୁ ଲାଗିବ, ସେହିପରି ଶିଶୁଟିକୁ ଦିନକୁ ୪ ରୁ ୫ ଥର ୫ ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ସେହିପରି ଶୁଆଇବା ଉଚିତ । ଡାକ୍ତରଙ୍କ ମତ ଅନୁସାରେ, ୨ ମାସର ଶିଶୁକୁ ଦିନକୁ ୧୫ ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ପେଟ ତଳକୁ କରି ଶୁଆଇବା ଉଚିତ୍‌ । ସେହିପରି ୩ ମାସର ଶିଶୁକୁ ୧ ଘଣ୍ଟା ପେଟ ତଳକୁ କରି ଶୁଆଇବା ଶିଶୁର ସ୍ୱାସ୍ଥ୍ୟ ପ୍ରତି ସଠିକ୍‌ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.