ନାସିକର ଫ୍ୟାକ୍ଟ୍ରିରେ ଲାଗିଲା ଭୟଙ୍କର ନିଆଁ, ୬ ଦମକଳ ଗାଡ଼ି ନିୟୋଜିତ

ମହାରାଷ୍ଟ୍ରର ନାସିକ ଜିଲ୍ଲାର ସିନ୍ନର ଶିଳ୍ପାଞ୍ଚଳରେ ଥିବା ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରୁ ଏକ ଛାତିଥରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ବଡ଼ ବଡ଼ ନିଆଁ ହୁଳା ଆକାଶକୁ ଉଠୁଥିବାର ଦେଖାଯାଉଛି ।

ମହାରାଷ୍ଟ୍ରର ନାସିକ ଜିଲ୍ଲାର ସିନ୍ନର ଶିଳ୍ପାଞ୍ଚଳରେ ଥିବା ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରୁ ଏକ ଛାତିଥରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ବଡ଼ ବଡ଼ ନିଆଁ ହୁଳା ଆକାଶକୁ ଉଠୁଥିବାର ଦେଖାଯାଉଛି ।

ପ୍ରାରମ୍ଭିକ ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ କୌଣସି ଏକ କାରଣରୁ କାରଖାନାରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଭାବେ ବ୍ୟାପିଥିଲା ଯେ ଚାହୁଁ ଚାହୁଁ ପୂରା ଫ୍ୟାକ୍ଟ୍ରି ଏହା କବଳକୁ ଆସିଯାଇଥିଲା । ଖବର ପାଇ ୬ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ।

ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ଖବର ନାହିଁ । ଘଟଣାସ୍ଥଳରୁ ଆଖପାଖର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହି ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.