ମହାକାଳ ମନ୍ଦିରରେ ଲାଗିଲା ନିଆଁ, ମୁଖ୍ୟ ପୂଜକଙ୍କ ସମେତ ୧୩ ଆହତ

ମନ୍ଦିରରେ ଭସ୍ମ ଆଳତି ହେଉଥିବା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ସମସ୍ତେ ଭଗବାନଙ୍କ ସହ ହୋଲି ଖେଳିବାରେ ମସଗୁଲ ଥିଲେ । ଏହି ସମୟରେ ପୂଜକଙ୍କ ପଛ ପଟେ ଥିବା ଜଣେ ଭକ୍ତ ହଠାତ ରଙ୍ଗ ଫୋପାଡ଼ିଥିଲା ।

ମଧ୍ୟପ୍ରଦେଶର ଉଜୈନ ସହରରେ ଥିବା ମହାକାଳେଶ୍ୱର ମନ୍ଦିରରେ ହୋଇଛି ବଡ଼ ଧରଣର ଦୁର୍ଘଟଣା । ଗର୍ଭଗୃହରେ ଭସ୍ମ ଆଳତି ହେଉଥିବା ସମୟରେ ଲାଗିଲା ନିଆଁ । ତେବେ ହୋଲିଥିବାରୁ ଭକ୍ତମାନେ ରଙ୍ଗ ଉଡ଼ାଉଥିଲେ ଏହି ସମୟରେ ନିଆଁ ବ୍ୟାପି ଯାଇଥିଲା । ଏହି ଦୁର୍ଘଟଣାରେ ୧୩ ଜଣ ନିଆଁରେ ଆହତ ହୋଇଥିବା ସୂଚନା ମିଳିଛି । ପୂଜକ ସମତେ ସେବକ ମଧ୍ୟ ନିଆଁରେ ପୋଡ଼ି ଯାଇ ଆହତ ହୋଇଥିବା ଜଣା ପଡ଼ିଛି ।

ମନ୍ଦିରରେ ଭସ୍ମ ଆଳତି ହେଉଥିବା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ସମସ୍ତେ ଭଗବାନଙ୍କ ସହ ହୋଲି ଖେଳିବାରେ ମସଗୁଲ ଥିଲେ । ଏହି ସମୟରେ ପୂଜକଙ୍କ ପଛ ପଟେ ଥିବା ଜଣେ ଭକ୍ତ ହଠାତ ରଙ୍ଗ ଫୋପାଡ଼ିଥିଲା । ତେବେ ରଙ୍ଗରେ କେମିକାଲ ଥିବାରୁ ହଠାତ ନିଆଁର ପ୍ରକୋପ ବଢ଼ି ଯାଇଥିଲା । ଏବଂ ପୂଜକଙ୍କ ସମେତ ଶ୍ରଦ୍ଧାଳୁମାନେ ବି ଆହତ ହୋଇଥିଲେ ।

ଉଜୈନର ଜିଲ୍ଲାପାଳ ନୀରଜ କୁମାରଙ୍କ କହିବା ଅନୁସାରେ ହୋଲି ଦିନ ଭସ୍ମ ଆଳତି ସମୟରେ ରଙ୍ଗ ବ୍ୟବହାର କରାଯାଏ । ଏହି ରଙ୍ଗରୁ ନିଆଁ ଲାଗିଥିବା କୁହାଯାଉଛି । ଗର୍ଭଗୃହରେ ଥିବା ୧୩ରୁ ଅଧିକ ଲୋକ ଏହି ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି । ଜିଲ୍ଲା ହସ୍ପିଟାଲରେ ଆହତମାନଙ୍କର ଚିକିତ୍ସା ଚାଲିଛି ।

ସୂଚନା ଥାଉକି ସମସ୍ତ ଆହତମାନେ ଏବେ ସୁସ୍ଥ ଅଛନ୍ତି । ଡାକ୍ତରମାନେ ଚିକିତ୍ସା ଜାରି ରଖିଛନ୍ତି । ମନ୍ଦିରରେ ଭକ୍ତଙ୍କ ଦର୍ଶନ ସୂଚାରୁରୂପେ ଚାଲିଛି । ମନ୍ଦିରରେ କୌଣସି ପ୍ରକାରର ସମସ୍ୟା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.