ବଢିବ ତାତି, ଆଜିଠାରୁ ଅସମ୍ଭାଳ ହେବ ଗରମ

ବଢିବ ତାତି । ଅସମ୍ଭାଳ ହେବ ଗରମ । ଆଜିଠାରୁ ରାଜ୍ୟରେ ଆହୁରି ଉପରମୁହାଁ ହେବ ପାରଦ ।

ଭୁବନେଶ୍ୱର : ବଢିବ ତାତି । ଅସମ୍ଭାଳ ହେବ ଗରମ । ଆଜିଠାରୁ ରାଜ୍ୟରେ ଆହୁରି ଉପରମୁହାଁ ହେବ ପାରଦ । ପଶ୍ଚିମ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବ । ୨୭ ତାରିଖ ପରଠାରୁ ଆହୁରି ବଢିବ ତାତି । ରାଜ୍ୟରେ ପାଗ ଶୁଖିଲା ରହିଛି । କୌଣସି ପାଣିପାଗ ନିୟାମକର ପ୍ରଭାବ ମଧ୍ୟ ନାହିଁ । ଫଳରେ ଆଗାମୀ ୩ଦିନରେ ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ବୃଦ୍ଧି ପାଇବ।

ସେହିପରେ ୫ଦିନ ଯାଏ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିପାରେ  । ଗତ ୨୪ ଘଣ୍ଟାରେ ରାଜ୍ୟର ତିନି ସହରରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ରହିଥିଲା ୩୮.୫ ଡିଗ୍ରୀ ସେଲସିୟସ୍  । ଟିଟିଲାଗଡ଼ରେ ୩୮.୨ ଓ ମାଲକାନଗିରିରେ ପାରଦ ୩୮ ଡିଗ୍ରୀ ରହିଛି ।

୩୭ ଡିଗ୍ରୀ ଉପରେ ମଧ୍ୟ ରହିଛି ୩ ସହରର ତାପମାତ୍ରା । ଦୁଇ ଦିନର କାଳବୈଶାଖୀ ବର୍ଷା ପରେ ଆଭ୍ଯନ୍ତରୀଣ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ହଠାତ ବୃଦ୍ଧି ପାଇଛି । ୩୦ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.