କୋଚିଂ ସେଣ୍ଟରରେ ଲାଗିଲା ନିଆଁ, ଝରକା ବାଟେ ଡେଇଁଲେ ପିଲା : ଦେଖନ୍ତୁ ଭିଡିଓ

ଦିଲ୍ଲୀର ମୁଖାର୍ଜୀ ନଗରର ଗୟାନା ବିଲିଡିଂରେ ଥିବା କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ହେବା ପରେ ଛାତ୍ରଛାତ୍ରୀ ଝରକା ବାଟ ଦେଇ ରଶି ସହାୟତାରେ ଡେଇଁଥିଲେ । ଫଳରେ ୪ ଜଣ ଆହତ ହୋଇଛନ୍ତି ।

ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା ଏକ କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ହେବା ପରେ ଛାତ୍ରଛାତ୍ରୀ ଝରକା ବାଟେ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି । ଏହି ଘଟଣାରେ ୪ ଜଣ ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ତେବେ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍‌ଚି ନିଆଁକୁ ଆୟତ୍ତ କରିଛି । ସେହିପରି ଆହତ ହୋଇଥିବା ଛାତ୍ରଙ୍କୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଖବର ମୁତାବକ, ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା ବତ୍ରା ସିନେମା ପାଖରେ ଏକ ବିଲିଡିଂରେ କୋଚିଂ ସେଣ୍ଟର ଚଲାଯାଉଥିଲା । ନିଆଁ ଲାଗିବା ପରେ ପିଲାମାନେ ଝରକା ବାଟ ଦେଇ ଡେଇଁପଡିଥିଲେ । ତେବେ ତୃତୀୟ ମହଲାରେ ଏକ ବିଦ୍ୟୁତ ମିଟରରେ ନିଆଁ ଲାଗିବା ଯୋଗୁଁ ଏଭଳି ଘଟଣା ଘଟିଥିଲା । ଏହାପରେ କୋଚିଂ ସେଣ୍ଟରରେ ନିଆଁ ଲାଗିଯାଇଥିଲା । ଫଳରେ ପିଲାମାନେ ଭୟଭୀତ ହୋଇ ଝରକା ବାଟେ ତଳକୁ ଓହ୍ଲାଇଥିଲେ । ଫଳରେ ୪ ଜଣ ପିଲା ଆହତ ମଧ୍ୟ ହୋଇଛନ୍ତି ।

ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୪ଟି ଗାଡି ଘଟଣା ସ୍ଥଳରେ ପହଞ୍ଚିଥିଲା ବୋଲି ଫାୟାର ଡାଇରେକ୍ଟର ଅତୁଲ ଗର୍ଗ କହିଛନ୍ତି । କୌଣସି ଛାତ୍ରଙ୍କୁ ଗମ୍ଭୀର ଆଘାତ ଲାଗିନି। ସ୍ଥିତି ନିୟନ୍ତ୍ରଣରେ ରହିଛି । ଯେଉଁମାନେ ରଶି ସହାୟତାରେ ତଳକୁ ଓହ୍ଲାଇଛନ୍ତି, ସେମାନେ ସାମାନ୍ୟ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.