ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ କେସ୍, ରୋଗୀଙ୍କର ନାହିଁ ଫରେନ୍ ହିଷ୍ଟ୍ରି ରେକର୍ଡ଼

ବର୍ତ୍ତମାନ କରୋନା ପରେ ମଙ୍କିପକ୍ସକୁ ନେଇ ସାରା ବିଶ୍ଵ ଚିନ୍ତାରେ। କେରଳ ପରେ ପୁଣି ଦିଲ୍ଲୀରେ ଆଜି ଦେଖିବାକୁ ମିଳିଛି ପ୍ରଥମ ମଙ୍କିପକ୍ସ କେସ୍। PTI ରିପୋର୍ଟ ଅନୁଯାୟୀ ମଙ୍କିପକ୍ସ ହୋଇଥିବା ରୋଗୀଙ୍କର କୌଣସି ଫରେନ୍ ହିଷ୍ଟ୍ରି ନାହିଁ। ଉକ୍ତ ବ୍ୟକ୍ତିଙ୍କ ବୟସ ହେଉଛି ୩୧ ବର୍ଷ କିନ୍ତୁ ତାଙ୍କର ନାମ ସେ ଜଣାଇ ନାହାଁନ୍ତି। ଦିଲ୍ଲୀରେ ଥିବା ମୌଲାନା ଆଜାଦ୍ ମେଡିକାଲ କଲେଜରେ ତାଙ୍କର ଚିକିତ୍ସା ଚାଲିଛି। କେରଳ ପରେ ଏହି କେସ ଭାରତର ଚତୁର୍ଥ ମଙ୍କିପକ୍ସ କେସ୍।

ଭାରତରେ ପ୍ରଥମେ ଜୁଲାଇ ୧୪ ରେ ପ୍ରଥମ ମଙ୍କିପକ୍ସ କେସ୍, କେରଳର କନୂର୍ ଜିଲ୍ଲାରେ ଦ୍ବିତୀୟ ଓ ତୃତୀୟ କେସ୍ ଜୁଲାଇ ୨୨ କେରଳର ମାଲାପୁରମ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ତେବେ ବିଶ୍ୱରେ ମଙ୍କିପକ୍ସ ବ୍ୟାପିବା ପରେ ଏହାକୁ ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ସଂଗଠନ (WHO) ଏମରଜେନ୍ସି ଘୋଷଣା କରିଛି। ଏହାକୁ ପବ୍ଲିକ ହେଲଥ ଏମରଜେନ୍ସି କନସନ ଘୋଷଣା କରିଛି WHO । ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହ ମଙ୍କିପକ୍ସକୁ ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଛି ।

ଏବେ ସୁଦ୍ଧା ବିଶ୍ୱର ୭୫ଟି ଦେଶକୁ ମଙ୍କିପକ୍ସ ବ୍ୟାପିଲାଣି । ଗତ କିଛି ସପ୍ତାହରେ ୧୨ ଦେଶରେ ୧୦ ହଜାର ମାମଲା ସାମ୍ନାକୁ ଆସିଛି । କେବଳ ଆଫ୍ରିକା ବାହାରେ ଚିହ୍ନଟ ହୋଇଛନ୍ତି ୧୬ ହଜାର ମଙ୍କିପକ୍ସ ମାମଲା । ଭାରତରେ ବର୍ତ୍ତମାନ ପାର୍ଯ୍ୟନ୍ତ ୪ ଟି ମଙ୍କିପକ୍ସ ମାମଲା ବାହାରିଛି । ପୂର୍ବରୁ କରୋନାକୁ ବି WHO ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଥିଲା । ମଙ୍କିପକ୍ସ ସଂକ୍ରମଣ ଉପରେ ଅନୁଧ୍ୟାନ ଜାରି ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଯାଇ ନଥିବା ବେଳେ ମଙ୍କିପକ୍ସ ସାରା ବିଶ୍ୱ ପାଇଁ ନୂଆ ଚ୍ୟାଲେଞ୍ଜ ଭାବରେ ଠିଆ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.