Below header

ଆଇସିୟୁରେ ଖେଳିଲେ ମୀନ

ବିହାରରେ ବର୍ଷାର ତାଣ୍ଡବ । ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ପାଟଣାର ସବୁଠୁ ବଡ଼ ନାଳନ୍ଦା ସରକାରୀ ମେଡିକାଲ କଲେଜରେ ପାଣି ପଶି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ହସ୍ପିଟାଲ ଓ୍ଵାର୍ଡ ସମେତ ଆଇସିୟୁରେ ରୋଗୀ ବେଡ୍‌ରେ ଶୋଇଥିବା ବେଳେ ତଳେ ମାଛ ଖେଳୁଥିଲେ । ଲଗାଣ ବର୍ଷାରେ ମେଡିକାଲ କଲେଜ ଜଳାର୍ଣ୍ଣାବ ହୋଇଗଲା । ସବୁଠି ଆଣ୍ଠୁଏ ଲେଖାଏଁ ପାଣି । ଆସବାବପତ୍ର ସବୁ ଭୁସୁଥିଲା । ବାହାରେ ଓ ଭିତରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିଲା । ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲା ରୋଗୀସେବା । ଗତକାଲି ସାରା ରାତି ଏମିତି ଅବସ୍ଥା ଲାଗି ରହିଥିଲା । ପୂରା ରାତି ପାଣି ଭିତରେ ଠିଆ ହୋଇ ରହିଥିଲେ ରୋଗୀଙ୍କ ସମ୍ପର୍କୀୟ । ମେଡିକାଲର ଏଭଳି ଅବସ୍ଥା ଦେଖି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । ୭୫୦ ବେଡ୍‌ର ଏହି ମେଡିକାଲରେ ଏଭଳି ଅବ୍ୟବସ୍ଥାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । କିଭଳି ଏ ପରିସ୍ଥିତି ସୃଷ୍ଟି ହେଲା ତାକୁ ନେଇ ଚାଲିଛି ସମୀକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.