କାନପୁର: ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଟ୍ରକ୍, ଦେଖନ୍ତୁ ଭିଡିଓ

କାନପୁର: କଥାରେ ଅଛି ମାଗଣା ପାଇଲେ ମଣିଷ ପିଚୁ ବି ଗିଳିଦବ । କାନପୁରର ଅର୍ମାପୁର ଥାନା ନିକଟ ଗନ ଫ୍ୟାକ୍ଟ୍ରୀ ରୋଡରେ ଆଜି ସକାଳୁ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ରାସ୍ତା ଦେଇ ଯାଉଥିବା ଏକ ମାଛ ବୋଝେଇ ଟ୍ରକ୍ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଟ୍ରକ୍ ରେ ଥିବା ହଜାର ହଜାର ମାଛ ରାସ୍ତା ଉପରେ ପଡି ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା ।

fish

ବିଚ୍ ରାସ୍ତାରେ ମାଛ ଗୁଡିକୁ ଦେଖି ରାସ୍ତାରେ ଯାଉଥିବା ଲୋକେ ଅଟକି ଯାଇଥିଲେ। ନିଜ କାମକୁ ଭୁଲି ତଳେ ପଡିଥିବା ମାଛ ଗୁଡିକୁ ଗୋଟାଇରେ ଲାଗିପଡିଥିଲେ। ଯାହାକୁ ଦେଖିବ ସିଏ ମାଛ ନେବାରେ ବ୍ୟସ୍ତ । ଯାହାଫଳରେ ରାସ୍ତାରେ ପ୍ରବଳ ଭିଡ ଜମିଯାଇଥିଲା। ଲୋକେ ମାଛ ଧରିବା ପାଇଁ ନିଜ ନିଜ ଭିତରେ ଟଣାଓଟରା ହେବାରେ ଲାଗିପଡିଲେ । ଫଳରେ ପରିସ୍ଥିତି ଅସମ୍ଭାଳ ହୋଇପଡିଥିଲା ।

video courtesy: Amar Ujala 

ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଁଚି ସମସ୍ତଙ୍କୁ ସେଠାରୁ ତଡିଥିଲା । ଏହି ସମୟରେ କିଛି ପୋଲିସ୍ ବାଲା ମଧ୍ୟ ଆଖପାଖକୁ ଜରି ଆଣି ମାଛ ଗୋଟାଇ ନେଇଥିଲେ । ଘଟଣାଟି ସକାଳ ୭ଟାବେଳେ ଘଟିଥିବାବେଳେ ପାଖାପାଖି ୪ଘଣ୍ଟା ଧରି ରାସ୍ତା ଉପରେ ଖାଲି ମାଛ ହିଁ ମାଛ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Leave A Reply

Your email address will not be published.